ବୌଦ୍ଧ: ସହରର ବିଭିନ୍ନ ସ୍ଥାନରେ ବୁଲି ମହିଳା ସ୍ବଚ୍ଛ ସାଥୀ ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ଦେଉଛନ୍ତି । ଶୁଭ ଶଙ୍ଖ ବଜାଇ ଲୋକଙ୍କୁ କୋରୋନା ଭାଇରସ ସମ୍ପର୍କରେ ବୁଝାଇବା ସହ ଆତଙ୍କିତ ନ ହେବାକୁ ପରାମର୍ଶ ଦେଉଛନ୍ତି ।
ସାତ ଗୋଟି ଉପାୟରେ ହାତକୁ ପରିଷ୍କାର ରଖିବା ଉପାୟ ବତାଇ କିଭଳି ଏହି ଭୟାବହ ଭୂତାଣୁ ଠାରୁ ଦୂରେଇ ରହିବେ ସେନେଇ ମଧ୍ୟ ସଚେତନ କରୁଛନ୍ତି । ବିଶେଷ ଭାବରେ ମହିଳାଙ୍କ ଶଙ୍ଖ ବଜାଇବାର ଏଭଳି ଅଭିନବ ପ୍ରୟାସକୁ ବହୁଲୋକ ପ୍ରଶଂସା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ