ETV Bharat / state

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

author img

By

Published : Jun 11, 2023, 10:39 PM IST

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ମୃତଦେହକୁ ଉଦ୍ଧାର କରି ଅନୁସନ୍ଧାନ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ମହିଳାଙ୍କୁ ନିର୍ମମ ଭାବେ ହତ୍ୟା

ବୌଦ୍ଧ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲ ମଧ୍ୟରୁ ଉଦ୍ଧାର ହେଲା ବୟସ୍କା ମହିଳାଙ୍କ ମୃତଶରୀର । ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା ପରିବାର । କିଏ ଓ କାହିଁକି ଏଭଳି ଅମାନୁଷିକ କାଣ୍ଡ ଘଟାଇଛି ତାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ପରିବାର ଦାବି କରିଛି । ଜଙ୍ଗଲ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଛତରଙ୍ଗ ପଞ୍ଚାୟତ ଖରଭୂଇଁ ଗାଁରେ ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଛତରଙ୍ଗ ପଞ୍ଚାୟତ ଖରଭୂଇଁ ଗ୍ରାମର ମହିଳା ଅପୂର୍ବ ଷାଣ୍ଢ ଗତକାଲି(ଶନିବାର)ଠାରୁ ଘରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ ରବିବାର ସକାଳୁ ଖରଭୁଇଁ ପଥର କ୍ରସର ନିକଟସ୍ଥ ଜଙ୍ଗଲରେ ଅପୂର୍ବଙ୍କ ମୃତଦେହ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ଦୀର୍ଘ ଦିନ ହେଲା ପଥର କ୍ରସର ବିରୋଧରେ ଆନ୍ଦୋଳନ ଖରଭୂଇଁ ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ବେଳେ ବର୍ତ୍ତମାନ ଉକ୍ତ କ୍ରସର ନିକଟରୁ ଅପୂର୍ବଙ୍କ ମୃତଦେହ ମିଳିବା ପରେ ଚର୍ଚ୍ଚା ଜୋରଧରିଛି । ଖରଭୂଇଁ ଗ୍ରାମର ପ୍ରାୟ ପଚାଶ ବର୍ଷୀୟ ଅପୂର୍ବ ସ୍ବାମୀଘର ଛାଡି ଭାଇମାନଙ୍କ ନିକଟରେ ରହୁଥିଲେ ।ଗତକାଲି(ଶନିବାର) ଅପୂର୍ବ ଘରୁ ସକାଳୁ ବାହାରି ଯିବାପରେ ଆଉ ଫେରି ନଥିଲେ । ତେବେ ରବିବାର ସକାଳୁ ଗ୍ରାମର କେତେକ ଲୋକ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ଦେଖିଥିଲେ । ପରେ ଉକ୍ତ ମୃତଦେହଟି ଅପୂର୍ବଙ୍କ ହୋଇଥିବା ଜଣାପଡିଥିଲା ।

ପୋଲିସ ସୂଚନା ଅନୁଯାୟୀ, ମହିଳାଙ୍କ ମୃତଦେହ ଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ତାଙ୍କ ପିନ୍ଧିଥିବା ଶାଢୀ ପଡ଼ିଥିଲା । ମହିଳାଙ୍କ ଉଲଗ୍ନ ମୃତଦେହ ଉପରେ ଏକ ବିରାଟ ପଥର ଖଣ୍ଡକୁ ଚାପି ଦିଆଯାଇଥିଲା । ହତ୍ୟାକାଣ୍ଡ ସ୍ଥଳରୁ ଗୋଟିଏ ଟାଙ୍ଗିଆ ଓ ଚପଲ ଜବତ ହୋଇଛି । ସକାଳୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାରର ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କ ମୃତ ଶରୀର ହରଭଙ୍ଗା ପୋଲିସ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲେ । ବୌଦ୍ଧରେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବୌଦ୍ଧ ରାଜଘାଟ ଠାରେ ସମ୍ପର୍କୀୟମାନେ ମୃତଦେହ ଦାହ କରିଥିଲେ । ତେବେ ଅପୂର୍ବଙ୍କୁ ଏଭଳି ଅମାନୁଷିକ ଭାବରେ ହତ୍ୟାକାଣ୍ଡର ତଦନ୍ତ କରି ଦୋଷୀକୁ ଦଣ୍ଡ ପ୍ରଦାନ ପାଇଁ ସମ୍ପର୍କୀୟମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.