ETV Bharat / state

ସୁରଭି କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା - Surabhi programme held in boudh

ବୌଦ୍ଧରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ପ୍ରତିଭା ଦେଖାଇବା ସହ ସଚେତନାର ବାର୍ତ୍ତା ଦେଇଥିଲେ ।

ସୁରଭି କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା
author img

By

Published : Nov 8, 2019, 5:54 AM IST

ବୌଦ୍ଧ: ସୁରଭି କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା ପ୍ରଚାର କରି ପ୍ରଶଂସା ସାଉଁଟିଲେ ଛାତ୍ରଛାତ୍ରୀ । ବୌଦ୍ଧ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଦିନ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ସୁରଭି ଏକ ଅନନ୍ୟ ପଦକ୍ଷେପ ।

ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଏହି ଅଭିନବ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରିଥିଲେ। ବିଶେଷ ଭାବରେ ନୃତ୍ୟ, ସଂଗୀତ, କ୍ଷୁଦ୍ର ନାଟକ, ମୃତ୍ତିକା ଓ ଚିତ୍ରକଳା ଆଦି ବିଷୟରେ ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ଦେଖାଇଥିଲେ । ମଞ୍ଚରେ ସମାଜ, ସଂସ୍କାର ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅତି ଚିତାକର୍ଷକ ଅଭିନୟ ପ୍ରଦର୍ଶନ କରିଥିଲେ ।

ସୁରଭି କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା

ବାଲ୍ୟବିବାହ, ନିଶାନିବାରଣ,ପରିବେଶ ସୁରକ୍ଷା ଆଦି ବିଷୟରେ ଛାତ୍ରଛାତ୍ରୀମାନେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଣ୍ଟାମାଳ ବିଧାୟକ ମହିଧର ରଣା, ସମ୍ମାନୀତ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହ ବହୁ ପ୍ରମୁଖ ବ୍ଯକ୍ତି ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ସୁରଭି କାର୍ଯ୍ୟକ୍ରମ ରେ ସଚେତନତା ର ବାର୍ତ୍ତା ପ୍ରଚାର କରି ପ୍ରଶଂସା ସାଉଁଟିଲେ ଛାତ୍ରଛାତ୍ରୀ ।ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ସୁରଭି ଏକ ଅନନ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଛି
ବୌଦ୍ଧ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଦିନ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଏହି ଅଭିନବ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରିଥିଲେ ।ବିଶେଷ ଭାବରେ ନୃତ୍ୟ, ସଂଗୀତ, କ୍ଷୁଦ୍ର ନାଟକ,ମୃତିକା ଓ ଚିତ୍ରକଳା ଆଦି ବିଷୟରେ ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ଦେଖାଇଥିଲେ ।ମଞ୍ଚରେ ସମାଜ ସଂସ୍କାର ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅତି ଚିତାକର୍ଷକ ଅଭିନୟ ପ୍ରଦର୍ଶନ କରିଥିଲେ ।ବାଲ୍ୟବିବାହ, ନିଶାନିବାରଣ,ପରିବେଶ ସୁରକ୍ଷା ଆଦି ବିଷୟରେ ଛାତ୍ରଛାତ୍ରୀ ମାନେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଣ୍ଟାମାଳ ବିଧାୟକ ମହିଧର ରଣା,ସମ୍ମାନୀତ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଡିଇଓ କରୁଣାକର ଭୁଏ,ତିନି ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ।

Body:ସୁରଭି କାର୍ଯ୍ୟକ୍ରମ ରେ ସାମାଜିକ ସଚେତନତା ର ବାର୍ତ୍ତା ପ୍ରଚାର କଲେ ଛାତ୍ରଛାତ୍ରୀ ।

Conclusion:ବାଇଟ-୧-ସ୍ମୃତି ସୁଧା ବାରିକ,ଛାତ୍ରୀ
ବାଇଟ-୨-ପରମା ମହାନନ୍ଦିଆ, ଛାତ୍ରୀ
ବାଇଟ-୩-ଗେଣ୍ଡରା କୁଜୁର,ଡିପିସି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.