ବୌଦ୍ଧ: ବିଂଶ ଶତାବ୍ଦୀରେ ଲୋକେ ଗୁଣିଗାରେଡି ଓ ଗୁଣିଆ ଉପରେ ମଧ୍ୟ ଭରସା କରୁଛନ୍ତି । ଏବେ ବି ଲୋକେ ସଚେତନ ହୋଇ ନାହଁନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୀତାମ୍ବରପୁର ଗାଁରେ ଦିନ ତମାମ ଗୁଣିଆ ଦ୍ବାରା ସର୍ବସମ୍ମୁଖରେ ପୂଜାର୍ଚ୍ଚନା ଚାଲିଛି । ଏହି ପୂଜା ହଜିଲା ପୁଅକୁ ପାଇବା ପାଇଁ ।
ସୂଚନା ଅନୁଯାୟୀ ଗାଁର ନୃପ ମହାନନ୍ଦିଆଙ୍କ ପୁଅ ଅଶ୍ବିନୀ(୩୩) ପ୍ରାୟ ଏଗାର ମାସ ତଳେ କୁଆଡେ ନିଖୋଜ ହୋଇଯାଇଥିଲା । ଅଞ୍ଚଳର ଜଣେ ଗୁଣିଆଙ୍କ ପ୍ରରୋଚନାରେ ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା ଗାଁ ଦାଣ୍ଡରେ ଆୟୋଜନ ହୋଇଥିଲା । ଗୁଣିଆଙ୍କ କଥାନୁସାରେ ଅଶ୍ବିନୀଙ୍କୁ ଭୁଆଣୀ ଦେବୀ ବନ୍ଧ ଭିତରେ କୁଆଡେ ଲୁଚାଇ ରଖିଛି । ଏନେଇ ମଧ୍ୟରାତ୍ରରେ ମେଣ୍ଢାବଳୀର ବ୍ୟବସ୍ଥା ହୋଇଥିଲା ।
ତେବେ ରାତି ପ୍ରାୟ ସାତଟା ବେଳକୁ ପୁରୁଣାକଟକ ପୋଲିସ ଖବର ପାଇ ଗୁଣିଆକୁ ଥାନାକୁ ଆଣି ଥିଲା । ମଙ୍ଗଳବାରକୁ ପୋଲିସ ଗୁଣିଆଟିକୁ ଛାଡି ଦେବା ପରେ ହରଭଙ୍ଗାରେ ଝଡାଫୁଙ୍କା ଓ ଗୁପ୍ତ ପୂଜା ଚାଲିଥିବାର ଦେଖାଯାଇଥିଲା । ଏସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ଅନ୍ଧବିଶ୍ବାସକୁ ନେଇ ରହିଥିବା ଭ୍ରାନ୍ତ ଧାରଣାକୁନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ