ବୌଦ୍ଧ: ସମସ୍ୟା ଘେରରେ ଥିବା ଆଦର୍ଶ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ତେତେଲେଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ।
ବର୍ତ୍ତମାନ ପୁଣି ଶିକ୍ଷକ ଅଭାବ ଥିବାବେଳେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ବଦଳି ହୋଇଥିବାରୁ ଏନେଇ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଏକ୍ସମାସ ଛୁଟି ପରେ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଏହାର ବିରୋଧ କରିଥିଲେ ।

ବିଶେଷ ଭାବରେ ଶିକ୍ଷକ ଅଭାବ ସମୟରେ ଏଭଳି ବଦଳିକୁ ପୁନର୍ବିଚାର ପାଇଁ ଦାବି କରାଯାଇଛି । ସେପଟେ ଏହି ଘଟଣା ପଛରେ କେତେକ ପ୍ରାୟୋଜିତ ବ୍ୟକ୍ତିଙ୍କ ହାତଥିବା ଚର୍ଚ୍ଚା ହେଉଛି । ବିଦ୍ୟାଳୟରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ