ETV Bharat / state

ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ - ବୌଦ୍ଧ ଲକ ଡାଉନ

ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ହେଉଛି ପ୍ରଭାବିତ । ଅପହଞ୍ଚ ଇଲାକାରେ କାମ ଅନଲାଉନରେ ହୋଇପାରୁନି ପାଠପଢା । ଅଧିକ ପଢନ୍ତୁ...

students' learning was affected,Due to the lockdown
ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ହେଉଛି ପ୍ରଭାବିତ
author img

By

Published : May 13, 2020, 12:58 PM IST

ବୌଦ୍ଧ: ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଉପରେ ପ୍ରଭାବ ପଡିଛି । ବୌଦ୍ଧ ଜିଲ୍ଲାର 55 ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଲକଡାଉନ ଯୋଗୁଁ ପାଠପଢିବା ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସରକାର ଶିକ୍ଷା ଦାନ ପାଇଁ ଅନଲାଇନ ଓ ହ୍ବାଟ୍ସ ଅଫର ବ୍ୟବହାର ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଅପହଞ୍ଚ ଉଲାକାରେ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ନଥିବା ହେତୁ ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରିବେ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ହେଉଛି ପ୍ରଭାବିତ

ସେପଟେ କେତେକ ଶିକ୍ଷକ ଲକଡାଉନ ସୁଯୋଗରେ ନେଇ ଜିଲ୍ଲାରେ ନ ଥିବା ଅଭିଯୋଗ ହୋଇଛି । । ଯାହାକୁ ନେଇ 93 ଜଣ ଶିକ୍ଷକଙ୍କୁ କୈଫିୟତ ତଲବ କରାଯିବା । ଏହାସହ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବରିଷ୍ଠ ଶିକ୍ଷକଙ୍କୁ ପରବର୍ତ୍ତୀ ସମୟରେ ପଦୋନ୍ନତି ଦିଆଯିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନରେ ଅସୁବିଧାକୁ ସ୍ବୀକାର କରିବା ସହ ସାଧ୍ୟ ମୁତାବକ ଅନଲାଇନରେ ପାଠପଢା ହେଉଥିବା ଶିକ୍ଷା ଅଧିକାରୀ କହିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.