ETV Bharat / state

ଗଛ ପିନ୍ଧିଲା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ରାକ୍ଷୀ

author img

By

Published : Aug 11, 2022, 3:30 PM IST

ଆଜି ରାକ୍ଷୀ ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଥିବା ରାକ୍ଷୀକୁ ଗଛରେ ବାନ୍ଧିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ପଞ୍ଚାୟତ ମହାବିଦ୍ୟାଳୟରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିତ

ବୌଦ୍ଧ: ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ଭାଇର ମଙ୍ଗଳ କାମନା କରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଛି । ପ୍ରତ୍ୟେକ ବର୍ଷ ଭଳି ଜିଲ୍ଲାର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି ।

1997 ମସିହା ଠାରୁ ପ୍ରତ୍ୟେକ ବର୍ଷ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ସାମଗ୍ରୀକୁ ଉପଯୋଗ କରାଯାଇ ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମିଶି ଅବ୍ୟବହୃତ କାଗଜ ଓ ଅନ୍ୟ ବର୍ଜ୍ୟବସ୍ତୁ ଉପଯୋଗ କରି ରାକ୍ଷୀ ପ୍ରସ୍ତୁତ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅତିଥିମାନେ ସେହି ରାକ୍ଷୀକୁ ଗଛ ଗୁଡିକରେ ବାନ୍ଧି ଥିଲେ । ଗତବର୍ଷ ଏ ରାକ୍ଷୀ ବିଶ୍ବର ସର୍ବ ବୃହତ ରାକ୍ଷୀ ଭାବରେ ଗିନିଜ ବୁକ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.