ETV Bharat / state

ରେଳ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ କ୍ଷତିପୂରଣ ଦାବିରେ ଧାରଣା

author img

By

Published : Jan 11, 2022, 9:29 PM IST

ବୌଦ୍ଧରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ୨ଟି ପରିବାରକୁ କୌଣସି କ୍ଷତିପୂରଣ ମିଳିନଥିବା ଅଭିଯୋଗ । ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

ରେଳ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ କ୍ଷତିପୂରଣ ଦାବିରେ ଧାରଣା
ରେଳ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ କ୍ଷତିପୂରଣ ଦାବିରେ ଧାରଣା

ବୌଦ୍ଧ: ଜିଲ୍ଲାରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ । ଏହି ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଦୁଇଟି ପରିବାରକୁ ଆଦୌ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସୂଚନା ।

ରେଳପଥ ବିହୀନ ଜିଲ୍ଲାରେ ଆରମ୍ଭ ହୋଇ ସାରିଛି ରେଳପଥ ନିର୍ମାଣ କାର୍ଯ୍ୟ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବୌଦ୍ଧ ଜିଲ୍ଲାବାସୀଙ୍କ ସ୍ବପ୍ନ ହୋଇ ରହିଥିବାବେଳେ ବର୍ତ୍ତମାନ ଜିଲ୍ଲାରେ ଦ୍ରୁତଗତିରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଜିଲ୍ଲାର ମନମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ଓ ବୌଦ୍ଧ ଠାରୁ ଚାରିଛକ ପର୍ଯ୍ୟନ୍ତ ତଥା ଚାରିଛକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ଦୁଇଟି ପର୍ଯ୍ୟାୟ ମାଟିବିଛା କାର୍ଯ୍ୟ ଓ ବିଭିନ୍ନ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ତେବେ ଚାରିଛକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ବ୍ୟାପକ ଜଙ୍ଗଲ ଅଞ୍ଚଳ ଥିବା ଯୋଗୁଁ ଏନେଇ କୌଣସି ଅଗ୍ରଗତି ଘଟିପାରି ନାହିଁ । ଏହି ସମୁଦାୟ ରେଳପଥର ସର୍ବାଧିକ ରାସ୍ତା ବୌଦ୍ଧ ଜିଲ୍ଲା ଦେଇ ଯାଉଥିବାରୁ ପ୍ରକଳ୍ପକୁ ନେଇ ଜିଲ୍ଲାପାଳ ବେଶ ଆଶାବାଦୀ ଅଛନ୍ତି । ସେପଟେ ଏଭଳି ସମୟରେ ତାଳସରଡା ପଞ୍ଚାୟତ ତେନ୍ତୁଳି ପଦର ଗ୍ରାମର ଦୁଇଟି ପରିବାର ଏହି ରେଳ ପ୍ରକଳ୍ପ ଦ୍ବାରା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାବେଳେ ସେମାନଙ୍କୁ ଆଦୌ କୌଣସି ସରକାରୀ ସହାୟତା ମିଳିପାରି ନାହିଁ । ତେଣୁ ଉଭୟ ପରିବାରର ସମସ୍ତ ସଦସ୍ୟ ସୋମବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.