ETV Bharat / state

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

author img

By

Published : Jul 22, 2021, 8:45 AM IST

Updated : Jul 22, 2021, 9:52 AM IST

ବିପଦରେ ଜଙ୍ଗଲର ବନ୍ୟଜନ୍ତୁ । ପ୍ରାୟ ଦୁଇ ମାସ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଦୁଇ ଦୁଇଟି ବାଘଛାଲ ଜବତ କରିଛି STF । ଅଧିକ ପଢନ୍ତୁ...

କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ
କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

ବୌଦ୍ଧ: ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ମାତିଛନ୍ତି ପଶୁ ଶିକାରୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ହରିଣ, ସମ୍ବର,ବାରହା ଶିକାର ଏକ ନିତି ଦିନିଆ ଘଟଣା ପାଲଟିଥିବା ବେଳେ ବାଘଛାଲ ଡିଲ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି ପଡୁଛି । ତେବେ ଗତ ୨ମାସ ମଧ୍ୟରେ ବୌଦ୍ଧ ଅଞ୍ଚଳର ମନମୁଣ୍ଡା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଅଞ୍ଚଳରୁ ବାଘଛାଲ ରାକେଟକୁ ଧରିବାରେ ସଫଳ ହୋଇ ପାରିଛି ଏସଟିଏଫ ।

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ପ୍ରଥମେ ଏକ ବାଘଛାଲ ସମେତ ଜଣେ ବ୍ୟକ୍ତିଙ୍କୁ ଗୁରଫ କରାଯାଇଥିବା ବେଳେ ବୁଧବାର ଉକ୍ତ ମଧ୍ୟ ଉକ୍ତ ସ୍ଥାନରୁ ଏକ କଲରା ପତରିଆ ବାଘଛାଲ ଜବତ କରିବାରେ ସଫଳ ହୋଇଛି STF । ଏଥିସହ ଗୋଟିଏ ବନ୍ଧୁକ ଓ ଜଣଙ୍କୁ ମଧ୍ୟ ଗିରଫ କରିଛି ଏସଟିଏଫ । ତେବେ ବାରମ୍ବାର ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ଘଟଣାକୁ ନେଇ ପରିବେଶ ପ୍ରେମୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 22, 2021, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.