ETV Bharat / state

ବୌଦ୍ଧ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ଏକ କୋଟି

author img

By

Published : Mar 6, 2020, 11:13 PM IST

ବୌଦ୍ଧ ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏକ କୋଟି ଟଙ୍କା କିଭଳି ବ୍ୟୟ କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

state-govt-1-corer-fund-decleared-for-development-of-boudh-jagannath-temple
ବୌଦ୍ଧ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ଏକ କୋଟି

ବୌଦ୍ଧ: ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ନେଇ ବୈଠକ ଅନୁଷ୍ଠିତ । ବୌଦ୍ଧ ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏକ କୋଟି ଟଙ୍କା କିଭଳି ବ୍ୟୟ କରାଯିବ ଅନୁଷ୍ଠିତ ବୈଠକରେ ତାର ଏକ ପୂର୍ବ ରୂପରେଖ ପ୍ରସ୍ତୁତ ହୋଇଛି । ପ୍ରଶାସନ ଓ ବୁଦ୍ଧିଜୀବୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧ ସହରରେ ଶତାଧିକ ବର୍ଷରୁ ଲୋକଙ୍କ ଆଧ୍ୟାତ୍ମିକ ଭାବନା ସହ ଜଡିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ଏକ କୋଟି ଟଙ୍କା । ଏହି ଏକ କୋଟି ଟଙ୍କା ମନ୍ଦିରର ବିକାଶରେ କିଭଳି ବ୍ୟୟ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସହ ବୌଦ୍ଧର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଶ୍ରୀ ଜଗନ୍ନାଥ ପ୍ରେମୀ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏକ କୋଟି ଟଙ୍କାର ଏହି ଟଙ୍କା ସହିତ ଆହୁରି କିଭଳି ଆର୍ଥିକ ସହାୟତା ମନ୍ଦିର କୁ ମିଳିପାରିବ ସେନେଇ ମଧ୍ୟ ବିଶଦ ଭାବରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଏସପି ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାସ, ଦେବୋତ୍ତର ଅଧିକାରୀ ଏନସି ଜ୍ୟୋତିରଞ୍ଜନ ନାଏକ, ସଂସ୍କୃତି ଅଧିକାରୀ ଶିଶିର କୁମାର ସାହୁ ଓ ମନ୍ଦିର ପରିଚାଳନା କମିଟିର ଅଚ୍ୟୁତାନନ୍ଦ ମିଶ୍ରଙ୍କ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.