ETV Bharat / state

ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

author img

By

Published : Jan 22, 2020, 12:05 AM IST

ଅଭିଶପ୍ତ ହୋଇଗଲା ପୁରା ପରିବାର । ପୂର୍ବରୁ ପୁଅ ହାତରେ ବାପାର ହତ୍ୟା ହୋଇଥିବାବେଳେ ସୋମବାର ମା’କୁ ହତ୍ୟା କରିଛି ଜ୍ବାଇଁ । ଅଧିକ ପଢନ୍ତୁ...

boudh murder case, son-in-law kills mother-in-law, boudh latest news, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ହତ୍ୟାକାଣ୍ଡ, ଶାଶୁଙ୍କୁ ହତ୍ୟା କଲା ଜ୍ବାଇଁ
ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

ବୌଦ୍ଧ: ଅଭିଶପ୍ତ ହୋଇଗଲା ପୁରା ପରିବାର । ପୂର୍ବରୁ ପୁଅ ହାତରେ ବାପାର ହତ୍ୟା ହୋଇଥିବାବେଳେ ସୋମବାର ମା’କୁ ହତ୍ୟା କରିଛି ଜ୍ବାଇଁ । ସ୍ଥାନୀୟ ବାଉଁଶୁଣୀ ଥାନା ଅନ୍ତର୍ଗତ ଗଜରାଜପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉତ୍ୟକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀ ସୂର୍ଯ୍ୟକାନ୍ତିକୁ ହତ୍ୟା ଉଦ୍ୟମ ସମୟରେ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ଶାଶୁ ।

ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗଜରାଜପୁର ଗାଁରେ ଥିବା ନିଜ ବାପ ଘରକୁ ଆସିଥିଲେ ଝିଅ ସୂର୍ଯ୍ୟକାନ୍ତି ଓ ଜ୍ବାଇଁ ସାନୁଜ ଖଟୁଆ । ହେଲେ ବାପ ଘରେ ଝଗଡା ହୋଇ ସୂର୍ଯ୍ୟକାନ୍ତିକୁ ମାରିବା ସମୟରେ ଶାଶୁ ବେଟିଖାଇ ସାହୁ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବାଉଁଶୁଣୀ ପୋଲିସ ସୂଚନା ଦେଇଛି । ଏଥିସହିତ ସ୍ତ୍ରୀ ସୂର୍ଯ୍ୟକାନ୍ତି ଓ ତାଙ୍କ ଛୋଟ ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ପଟେ ଜ୍ବାଇଁ ହାତରେ ଶାଶୁଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ବର୍ଷ ତଳେ ବେଟିଖାଇଙ୍କ ସ୍ବାମୀଙ୍କୁ ତାଙ୍କ ପୁଅ ରମାକାନ୍ତ ସାହୁ ହତ୍ୟା କରିଥିବାରୁ ଅଞ୍ଚଳରେ ପରିବାରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ହତ୍ୟା ଅଭିଯୋଗରେ ଜ୍ବାଇଁ ସାନୁଜକୁ ବାଉଁଶୁଣୀ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅଭିଶପ୍ତ ହୋଇଗଲା ପରିବାର ।ବାପାକୁ ନିଜ ପୁଅ ପୂର୍ବରୁ ହତ୍ୟା କରିଥିବା ବେଳେ ସୋମବାର ମା କୁ ହତ୍ୟା କଲା ଜ୍ବାଇଁ ।
ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଗଜରାଜପୁର ଗାଁରେ ଅଭାବନୀୟ ଘଟଣା ।ଉତ୍ୟକ୍ତ ଯୁବକ ନିଜ ସ୍ତ୍ରୀ କୁ ହତ୍ୟା ଉଦ୍ୟମ ସମୟରେ ହତ୍ୟା ହୋଇଗଲେ ଶାଶୁ ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗଜରାଜପୁର ଗାଁ କୁ ନିଜ ମା ଘରକୁ ଆସିଥିବା ଝିଅ ସୂର୍ଯ୍ୟକାନ୍ତି ସହିତ ଜ୍ବାଇଁ ସାନୁଜ ଖଟୁଆଙ୍କ ଝଗଡା ହୋଇ ସୂର୍ଯ୍ୟକାନ୍ତି କୁ ମାରିବା ସମୟରେ ଶାଶୁ ବେଟିଖାଇ ସାହୁ ହତ୍ୟା ର ଶୀକାର ହୋଇଥିବା ବାଉଁଶୁଣୀ ପୋଲିସ ସୂଚନା ଦେଇଛି । ଏଥିସହିତ ସ୍ତ୍ରୀ ସୂର୍ଯ୍ୟକାନ୍ତି ଓ ତାଙ୍କ ଛୋଟ ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଗୋଟିଏ ପଟେ ଜ୍ବାଇଁ ହାତରେ ଶାଶୁ ମୃତ୍ୟୁ ବରଣ କରିଥିବା ବେଳେ କିଛି ବର୍ଷ ତଳେ ବେଟିଖାଇ ଙ୍କ ସ୍ବାମୀ ଙ୍କୁ ନିଜ ପୁଅ ରମାକାନ୍ତ ସାହୁ ହତ୍ୟା କରିଥିବାରୁ ଅଞ୍ଚଳରେ ପରିବାରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ହତ୍ୟା ଅଭିଯୋଗରେ ଜ୍ବାଇଁ ସାନୁଜ କୁ ବାଉଁଶୁଣୀ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Body:ସ୍ତ୍ରୀ ଙ୍କ ସ୍ଥାନରେ ଶାଶୁ କୁ ହତ୍ୟା କଲା ଜ୍ବାଇଁ

Conclusion:ବାଇଟ-୧-ବିନୋଦ ବିହାରୀ ସାହୁ,ମୃତକ ଙ୍କ ସମ୍ପର୍କିୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.