ETV Bharat / state

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜଗନ୍ନାଥ - ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମ୍ପନ୍ନ

ଗତକାଲି ଦୁର୍ଲଭ ହାତୀବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ସନ୍ଧ୍ୟା ଆଳତୀ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସ୍ନାନ ମଣ୍ଡପରେ ପରିଲକ୍ଷିତ ହୋଇଥିଲା । ଅଧିକ ପଢନ୍ତୁ

snana purnima
snana purnima
author img

By

Published : Jun 5, 2023, 8:04 AM IST

snana purnima

ବୌଦ୍ଧ: ଦୁର୍ଲଭ ହାତୀବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଗତକାଲି ସମସ୍ତ ନୀତିକାନ୍ତି ମଧ୍ୟରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା । ଏହାପରେ ସନ୍ଧ୍ୟାରେ ଶ୍ରୀଜିଉ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ତେବେ ସୋମବାର ଠାରୁ ଆସନ୍ତା ନେତ୍ରୋତ୍ସବ ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଗତାକାଲି ସନ୍ଧ୍ୟାରେ ଠାକୁରଙ୍କ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଗତକାଲି ସ୍ନାନ ଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବିଭିନ୍ନ ବୈଷ୍ଣବୀୟ ପୀଠ ଗୁଡିକ ବେଶ ଚଳଚଞ୍ଚଳ ରହିଥିଲା ।

ଏହା ମଧ୍ୟ ପଢନ୍ତୁ- Train Tragedy: ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ରାଜଶ୍ରୀ, ଶୁଣନ୍ତୁ ପୁରା ଘଟଣା ସମ୍ପର୍କରେ

ସେହିପରି ସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି , ବ୍ରାହ୍ମଣ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସନ୍ଧ୍ୟା ସମୟରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ କରି ଭକ୍ତମାନେ ଭାବ ବିହ୍ବଳ ହୋଇ ପଡିଥିଲେ । ସେପଟେ ଚତୁର୍ଦ୍ଧା ବିଗ୍ରହ ସୋମବାରଠାରୁ ଅଣସର ଘରେ ଗୁପ୍ତ ରୀତିନୀତିରେ ପୂଜା ପାଇବେ ।

ଏହା ମଧ୍ୟ ପଢନ୍ତୁ- Train Tragedy: CBI ଘଟଣାର ତଦନ୍ତକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବ କହିଲେ ଧର୍ମେନ୍ଦ୍ର

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଦର୍ଶନ ନିମନ୍ତେ ସାଧାରଣ ଶ୍ରଦ୍ଧାଳୁଙ୍କ ସହିତ ବୌଦ୍ଧ ରାଜ ପରିବାର ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ । ସନ୍ଧ୍ୟା ଆଳତୀ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସ୍ନାନ ମଣ୍ଡପରେ ପରିଲକ୍ଷିତ ହୋଇଥିଲା । ତେବେ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ଘୋଷଯାତ୍ରା ଗୋଟିଏ ଦିନ ବିଳମ୍ବରେ ପାଳନ କରାଯାଉଥିବା ବେଳେ ଠାକୁରଙ୍କ ଅଣସର ଉପଚାର ମଧ୍ୟ ଗୋଟିଏ ଦିନ ଅଧିକ ନୀତିକାନ୍ତି ପାଳନ କରାଯାଇଥାଏ । ତେବେ ଗତକାଲି ପବିତ୍ର ପୂର୍ଣ୍ଣିମା ଅବସରରେ ଶ୍ରୀଜିଉ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ମହାନଦୀର ଚନ୍ଦ୍ରଚୂଡ ଘାଟ ଠାରେ ମହାନଦୀ ଆଳତୀର ଆୟୋଜନ କରାଯାଇଥିଲା । ବିଶେଷ ଭାବରେ ଗତ ୨ ତାରିଖରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Train Accident: 51 ଘଣ୍ଟା ପରେ ଚାଲିଲା ଟ୍ରେନ, ପରୀକ୍ଷାମୂଳକ ଭାବେ ଗଡିଲା ମାଲଗାଡି

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.