ETV Bharat / state

ଗଣମାଧ୍ୟମକୁ ବିରିଡି ବିଡିଓଙ୍କ ନାଲିଆଖି

ବିରିଡି ବ୍ଲକରେ ବିଡ଼ିଓ ହେମନ୍ତ କୁମାର ମହାନ୍ତଙ୍କ ଦୁର୍ବ୍ୟବହାରକୁ ନେଇ ବିରିଡି ଥାନାରେ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

author img

By

Published : Apr 1, 2022, 10:01 AM IST

ବିଡ଼ିଓ ହେମନ୍ତ କୁମାର ମହାନ୍ତଙ୍କ ନାଁରେ ଦୁଇଟି ଏତଲା !

ଜଗତସିଂହପୁର: ଜିଲ୍ଲା ବିରିଡି ବ୍ଲକରେ ବିଡ଼ିଓ ହେମନ୍ତ କୁମାର ମହାନ୍ତଙ୍କ ଦୁର୍ବ୍ୟବହାରକୁ ନେଇ ବିରିଡି ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିଡ଼ିଓଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏକ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଭ୍ୟାମାନେ ଅର୍ଥ ଅନିୟମିତତାକୁ ନେଇ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

ମହିଳାଙ୍କ ଅଭିଯୋଗକୁ ବିଡ଼ିଓ କର୍ଣ୍ଣପାତ କରିନଥିଲେ । ଯାହାକୁ ନେଇ ଗୁରୁବାର ସ୍ବଂୟ ସହାୟକ ଗୋଷ୍ଠୀର ସମସ୍ତ ମହିଳା ବିଡ଼ିଓଙ୍କୁ ଭେଟି ଅଭିଯୋଗ କରିଥିଲେ । କିନ୍ତୁ ବିଡ଼ିଓ ମହିଳାମାନଙ୍କ ସହ ଆଲୋଚନା ନ କରିବାରୁ ମହିଳା ମାନେ ବ୍ଲକ ସମୁଖରେ ଧାରଣାରେ ବସିଥିଲେ। ଖବର ପାଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ବିଡ଼ିଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ଦେଖାଇଥିବା ଅଭିଯୋଗ ହୋଇଛି । ଏକ ବୈଦୁତିକ ଗଣମାଧ୍ୟମର ବୁମକୁ ଛଡାଇ ଫୋପାଡ଼ି ଦେବା ସହ ସମସ୍ତ ସାମ୍ବାଦିକଙ୍କୁ ତୁରନ୍ତ ସ୍ଥାନ ଛାଡି ଚାଲିଯିବାକୁ ଧମକ ଦେଇଥିଲେ । ଯାହାକୁ ନେଇ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଘଟଣାକୁ ନେଇ ବିଡିଓଙ୍କ ନାଁରେ ୨ଟି ଏତଲା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.