ETV Bharat / state

ବୌଦ୍ଧରେ ବଢୁଛି ଚୋରା ମଦ କାରବାର, ବିରୋଧ କଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା - liquor trade

କୁଚିଆ ତଥା ଚୋରା ରନ୍ଧା ମଦ କାରଣରୁ ବହୁ ଅସୁବିଧା ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ମାଧପୁର ଗାଁର ଶହ ଶହ ପରିବାର । ଏନେଇ ଶନିବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ତୀବ୍ର ବିରୋଧ କରିଛନ୍ତି। ଅଧିକ ପଢନ୍ତୁ...

ମଦ ବେପାରକୁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ତୀବ୍ର ବିରୋଧ

author img

By

Published : Oct 11, 2020, 7:48 AM IST

ବୌଦ୍ଧ: ଚୋରା ରନ୍ଧା ମଦ ଓ କୁଚିଆ ମଦ ବେପାର ଯୋଗୁଁ ବର୍ତ୍ତମାନ ଚିନ୍ତାରେ ହଜାର ହଜାର ପରିବାର। ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅନେକ ଗାଁରେ ଛୋଟ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ ଓ ଦୋକାନରେ ଦେଶୀ ଓ ବିଦେଶୀ ମଦର ଖୋଲାଖୋଲି ବେପାର ହେଉଛି।

ମଦ ବେପାରକୁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ତୀବ୍ର ବିରୋଧ

ଜିଲ୍ଲାର ଆଢେଣୀଗଡ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁରେ ମଦକୁ ନେଇ ଏଭଳି ପରିସ୍ଥିତି ହୋଇଛି ଯେ, ଏହାକୁ ପାନ କରି ଅନେକ ପରିବାରର ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ଯେଉଁଥିପାଇଁ ଏଠାରେ ମହିଳା ମାନେ ପରିବାରର ମୁଖ୍ୟ ହୋଇ ବିଭିନ୍ନ ପେଷାକୁ ଆପଣେଇଛନ୍ତି । ସେପଟେ ଜିଲ୍ଲାର ମୁଣ୍ଡିପଦର ପଞ୍ଚାୟତ ପଲସପାଟ ଗାଁରେ ଆଜି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକତ୍ରିତ ହୋଇ ଗାଁରେ କୁଚିଆ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଣ୍ଟା ଭିଡିଛନ୍ତି ।

ହରିପୁର ଗାଁ ନିକଟସ୍ଥ ମଦଭାଟିରୁ ବ୍ୟାପକ ମାତ୍ରାରେ ମଦ କୁଚିଆ ସହାୟତାରେ ବିକ୍ରିକୁ ମହିଳା ମାନେ ତୀବ୍ର ବିରୋଧ କରିଛନ୍ତି । ଏନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବା ନେଇ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.