ETV Bharat / state

ସିକ୍ୟୁରିଟି ଗାର୍ଡଙ୍କୁ ମିଳିନି 2ମାସର ଦରମା

ମହାନଦୀ ଉପରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟରେ ନିୟୋଜିତ 17 ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀମାନେ 2018 ମସିହାରେ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିପାରିନାହିଁ ।

author img

By

Published : Sep 6, 2019, 9:53 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ମହାନଦୀ ଉପରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟରେ ନିୟୋଜିତ 17 ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀମାନେ 2018 ମସିହାରେ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିପାରିନାହିଁ । ନିର୍ମାଣ କରୁଥିବା ଠିକା ସଂସ୍ଥା ରଣଜିତ ବିଲ୍ଡକନ ନାମରେ ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ପରେ ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା ଧଳପୁରରୁ ଆଠମଲ୍ଲିକକୁ ସଂଯୋଗ ନିମନ୍ତେ ମହାନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଯାଉଛି । ଗୁଜରାଟର ଏକ ସଂସ୍ଥା ରଣଜିତ ବିଲ୍ଡକନ ଏହି କାମ ହାତକୁ ନେଇଛି । କିନ୍ତୁ 17 ଜଣ ସିକ୍ୟୁରିଟି ଗାର୍ଡ 2018 ମସିହାରେ କାମ କରିଥିଲେ ମଧ୍ୟ ସେମାନଙ୍କ ଦୁଇମାସର ଦରମା ପ୍ରଦାନ କରାଯାଇନାହିଁ । ସେଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ଶୁଣାଣି ପାଇଁ ଗୁରୁବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗକାରୀ ଓ ଠିକା ସଂସ୍ଥାର ଅଧିକାରୀ ଉପସ୍ଥିତ ହୋଇଥିଲେ । ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ତୁରନ୍ତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିଷ୍ପତ୍ତିକୁ ଅଣଦେଖା କରାଗଲେ କର୍ମଚାରୀ ମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.