ETV Bharat / state

କୋଭିଡ-19 କାର୍ଯ୍ୟରେ ଅବହେଳା କରି ସେକ୍ସନ ଅଫିସର ନିଲମ୍ବିତ - covid 19 news

କୋଭିଡ-19 କାର୍ଯ୍ୟରେ ଅବହେଳା କରି ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ନିଲମ୍ବିତ । ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ...

section officer suspended by collector in boudh
କୋଭିଡ-19 କାର୍ଯ୍ୟରେ ଅବହେଳା କରି ସେକ୍ସନ ଅଫିସର ନିଲମ୍ବିତ
author img

By

Published : Apr 6, 2020, 10:26 PM IST

Updated : Apr 7, 2020, 12:24 PM IST

ବୌଦ୍ଧ: କୋଭିଡ-19 କାର୍ଯ୍ୟରେ ଅବହେଳା ଯୋଗୁଁ ସେକ୍ସନ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ଏଭଳି ପରିସ୍ଥିତିରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ମଙ୍ଗଳବାର ଠାରୁ ଆହୁରି ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବ ଜିଲ୍ଲା ପ୍ରଶାସନ । ଇଟିଭି ଭାରତକୁ ଏନେଇ ସ୍ବତନ୍ତ୍ର ଭାବେ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

କୋଭିଡ-19 କାର୍ଯ୍ୟରେ ଅବହେଳା କରି ସେକ୍ସନ ଅଫିସର ନିଲମ୍ବିତ

କୋଭିଡ-19 କାର୍ଯ୍ୟରେ ଅବହେଳା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଭଗବାନ ଦଳେଇଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । କୋଭିଡ-19 କାର୍ଯ୍ୟରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ବୋଲି ସୂଚନା ମିଳିଛି । ସେପଟେ ମଙ୍ଗଳବାର ଠାରୁ ପ୍ରଶାସନ ସାମାଜିକ ଦୂରତାକୁ ନେଇ ଆହୁରି ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ମୋଟରସାଇକେଲ ଓ ସାଇକେଲକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି ।

ଅଯଥା ବୁଲୁଥିବା ଲୋକଙ୍କ ଠାରୁ ସହରାଞ୍ଚଳରେ ପାଞ୍ଚ ଶହ ଟଙ୍କା ଓ ଗ୍ରାମାଞ୍ଚଳରେ ଦୁଇ ଶହ ଟଙ୍କା ଜୋରିମାନା ଆଦାୟ କରାଯିବ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଘରୁ ଅତ୍ୟନ୍ତ ଜରୁରୀ ନଥିଲେ ନବାହାରିବାକୁ ଜିଲ୍ଲାପାଳ ତାଗିଦ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

Last Updated : Apr 7, 2020, 12:24 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.