ବୌଦ୍ଧ: ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ ମହୁଲ ମୂଳ ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ । ସନ୍ଥକବିଙ୍କୁ ଆଜି(ସୋମବାର) ବୌଦ୍ଧ ବିଧାୟକ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ପହଞ୍ଚି ସ୍ମରଣ କରିଛନ୍ତି ।
ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ମହିମା ଧର୍ମର ସଂସ୍ଥାପକ ମହିମା ଗୋସେଇଁ ବଲାସିଙ୍ଘାର ଏହି ପବିତ୍ର ମହୁଲ ବୃକ୍ଷ ତଳେ ପ୍ରଥମ ଶିଷ୍ୟ ଭାବରେ ଗୋବିନ୍ଦ ବାବାଙ୍କୁ ଗ୍ରହଣ କରି ଧର୍ମ ପ୍ରଚାର ଆରମ୍ଭ କରିଥିଲେ ଓ ଦ୍ବିତୀୟ ଶିଷ୍ୟ ଥିଲେ ସନ୍ଥକବି ଭୀମଭୋଇ ।
ଭୀମଭୋଇଙ୍କ ଜନ୍ମ ପଡୋଶୀ ରାଜ୍ୟରେ ହୋଇଥିଲେ ମଧ୍ୟ ସେ ବୌଦ୍ଧ ରାଜ୍ୟର ଅନେକ ଅଞ୍ଚଳରେ ବୁଲି ଧର୍ମ ପ୍ରଚାର ସହିତ ସାହିତ୍ୟ କୃତି ସୃଷ୍ଟି କରିଥିଲେ । ଅଦ୍ୟାବଧି ଉକ୍ତ ପବିତ୍ର ମହୁଲ ବୃକ୍ଷକୁ ମହିମା ଧର୍ମାବଲମ୍ବୀମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରିଥାନ୍ତି ।
ଆଜି ଭୀମ ଭୋଇଙ୍କ ଜୟନ୍ତୀ ଅବସରରେ ବଲାସିଙ୍ଘାର ମହିମା ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହିତ ମହୁଲ ବୃକ୍ଷ ମୂଳରେ ଘୃତାହୂତ ଯଜ୍ଞର ଆୟୋଜନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ