ETV Bharat / state

ମାଫିଆଙ୍କ କବଜାରେ ବାଲିଘାଟ, କୋଟିକୋଟି ଟଙ୍କା ହରିଲୁଟ - ମାଫିଆଙ୍କ କବଜାରେ ବାଲିଘାଟ

ମାଫିଆଙ୍କ କବଜାରେ ମହାନଦୀ ବାଲିଘାଟ । କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟର ପ୍ରତ୍ୟେକ ଦିନ ହେଉଛି ଲୁଟ । ଅଧିକ ପଢନ୍ତୁ...

harabhanga
ମାଫିଆଙ୍କ କବଜାରେ ବାଲିଘାଟ
author img

By

Published : Jan 19, 2020, 10:59 PM IST

ବୌଦ୍ଧ: ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ବାଲି ଉପରେ ମାଫିଆଙ୍କ ନଜର । କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ତହସିଲ ଅଧିନରେ ରହିଛି ଅନେକ ବାଲିଘାଟ। ହେଲେ ଏଗୁଡିକ ନିଲାମ କରାଯାଉ ନଥିବାରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ହାତ ଗଣତି କେତୋଟି ବାଲିଘାଟକୁ ନିଲାମୀ ଦିଆଯାଇଥିବା ବେଳେ ଅନ୍ୟ ସବୁ ମହାନଦୀର ମୁକୁଳା ବାଲୁକା ଶଯ୍ୟାରୁ ପ୍ରତ୍ୟେକ ଦିନ ଚାଲିଛି ଏଭଳି ଲୁଟ। ଏନେଇ ହରଭଙ୍ଗା ତହସିଲରୁ ଆସିଛି ସାଂଘାତିକ ଅଭିଯୋଗ।

ମାଫିଆଙ୍କ କବଜାରେ ବାଲିଘାଟ

ତେବେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଫଳରେ ପ୍ରତ୍ୟେକ ଦିନ ସରକାରଙ୍କ କୋଟିକୋଟି ଟଙ୍କା ରାଜସ୍ବକୁ ଲୁଟ କରୁଛନ୍ତି ମାଫିଆ। କେବଳ ହରଭଙ୍ଗା ବାଲିଘାଟ ଗତ 4 ବର୍ଷ ହେବ ନିଲାମ ହୋଇନଥିବା କହିଛନ୍ତି ଖୋଦ ସରପଞ୍ଚ।

ତେବେ ସରକାରଙ୍କ ପ୍ରାପ୍ୟ ରାଜସ୍ବ ଟଙ୍କାକୁ ମାଫିଆଙ୍କ ପକେଟ ପର୍ଯ୍ୟନ୍ତ ପହଞ୍ଚାଉଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ତଥା ବାଲିଘାଟ ଗୁଡିକର ଉପଯୁକ୍ତ ଦର ଧାର୍ଯ୍ୟ କରି ନିଲାମ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମାଫିଆଙ୍କ କବ୍ଜାରେ ମହାନଦୀର ବାଲିଘାଟ । କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟର ପ୍ରତ୍ୟେକ ଦିନ ହେଉଛି ଲୁଟ ।
ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବାଲି ଉପରେ ମାଫିଆଙ୍କ ନଜର ।ଜିଲ୍ଲାର କଣ୍ଟାମାଳ,ବୌଦ୍ଧ ଓ ହରଭଙ୍ଗା ତହସିଲ ଅଧିନରେ ଅନେକ ବାଲିଘାଟ ରହିଥିଲେ ମଧ୍ୟ ଏଗୁଡିକ ନିଲାମ କରାଯାଉନଥିବାରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।ଜିଲ୍ଲାରେ ଆଙ୍ଗୁଠି ଗଣତି କେତୋଟି ବାଲିଘାଟ କୁ ନିଲାମୀ ଦିଆଯାଇଥିବା ବେଳେ ଅନ୍ୟ ସବୁ ମହାନଦୀର ମୁକୁଳା ବାଲୁକା ଶଯ୍ୟାରୁ ପ୍ରତ୍ୟେକ ଦିନ ଚାଲିଛି ଏଭଳି ଲୁଟ ।ଏ ନେଇ ହରଭଙ୍ଗା ତହସିଲ ରୁ ଆସିଛି ସାଂଘାତିକ ଅଭିଯୋଗ ।ତେବେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।ଫଳରେ ପ୍ରତ୍ୟେକ ଦିନ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କୁ ଲୁଟ କରୁଛନ୍ତି ମାଫିଆ ।କେବଳ ହରଭଙ୍ଗା ବାଲିଘାଟ ଗତ ଚାରିବର୍ଷ ହେଲା ନିଲାମ ହୋଇ ନଥିବା କହିଛନ୍ତି ଖୋଦ ସରପଞ୍ଚ ।ତେବେ ସରକାରଙ୍କ ପ୍ରାପ୍ୟ ରାଜସ୍ବ ଟଙ୍କା କୁ ମାଫିଆଙ୍କ ପକେଟ ପର୍ଯ୍ୟନ୍ତ ପହଞ୍ଚାଉଥିବା ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ତଥା ବାଲିଘାଟ ଗୁଡିକ ର ଉପଯୁକ୍ତ ଦର ଧାର୍ଯ୍ୟ କରି ନିଲାମ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ମାଫିଆଙ୍କ କବ୍ଜାରେ ମହାନଦୀର ବାଲିଘାଟ ।

Conclusion:ବାଇଟ-୧-ଲଳିତ ନାଏକ,ହରଭଙ୍ଗାବାସୀ
ବାଇଟ-୨-ପ୍ରଦ୍ୟୁମ୍ନ ଧଳ,ବୁଦ୍ଧିଜୀବୀ
ବାଇଟ-୩-ସିମଞ୍ଜି ଲାଲ,ସରପଞ୍ଚ, ହରଭଙ୍ଗା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.