ETV Bharat / state

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ବଢୁଛି ଜନ ଅସନ୍ତୋଷ - sampoch panchayat

ସମସ୍ୟା ଘେରରେ ବୌଦ୍ଧ ସାମ୍ପୋଚ ପଞ୍ଚାୟତ । ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟ ଜଳ ଓ ଚାଷ ପାଇଁ ଜଳର ଘୋର ଅଭାବ ଦେଖାଦେଉଛି । ଅଧିକ ପଢନ୍ତୁ...

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ବଢୁଛି ଜନ ଅସନ୍ତୋଷ

author img

By

Published : Sep 5, 2021, 12:19 PM IST

Updated : Sep 7, 2021, 4:51 AM IST

ବୌଦ୍ଧ: ମହାନଦୀ କୂଳରେ ରହିଛି ଏହି ପଞ୍ଚାୟତ । ହେଲେ ପଞ୍ଚାୟତର ଅଧିକାଂଶ ଗାଁରେ ନାହିଁ ଜଳସେଚନର ସୁବିଧା । ଏପରିକି ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି କରିବାକୁ ପଡୁଛି ସଂଗ୍ରାମ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ମହାନଦୀ କୂଳରେ ରହିଥିଲେ ମଧ୍ୟ ଏଠାରେ ଉଭୟ ପାନୀୟଜଳ ଓ ଚାଷ ପାଇଁ ଜଳର ଘୋର ଅଭାବ ଦେଖାଦେଉଛି । ଜଳସେଚନ ପାଇଁ ସରକାର ଘୋଷଣା କରିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ବାତିଲ ହୋଇଯିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ବଢୁଛି ଜନ ଅସନ୍ତୋଷ

ପଞ୍ଚାୟତର ଅନେକ ଗାଁ ଜଳସେଚନରୁ ବଞ୍ଚିତ ହେବା ସହ ପାନୀୟ ଜଳ ପାଇଁ କଷ୍ଟ ଭୋଗୁଥିବାରୁ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଜଳସେଚନ ପାଇଁ ବଳରାମପୁର ଠାରେ ପଥରବନ୍ଧରୁ ଜଳଯୋଗାଣ ନାଁରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ବରଝୁଲି,ବିଷ୍ଣୁପୁର,ବଳରାମପୁର, ସାମ୍ପୋଚ, ତିତିରକଟା ଭଳି ଅନେକ ଗାଁରେ ପାନୀୟଜଳର ଘୋର ଅଭାବ ଯୋଗୁଁ ଲୋକେ ଦୂଷିତ ଜଳ ବ୍ୟବହାର କରୁଛନ୍ତି । ଫଳରେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ସେପଟେ ପଞ୍ଚାୟତର କେତେକ ଗାଁରେ ଅନେକ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ମିଳିପାରୁ ନାହିଁ । ଆବାସ ଗୃହ ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ମଗାଯାଉଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତର ଏଭଳି ସମସ୍ୟା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 7, 2021, 4:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.