ETV Bharat / state

ବୌଦ୍ଧ ଜିଲ୍ଲାରେ ସଙ୍କଟରେ ବନ୍ୟଜନ୍ତୁ - ବୌଦ୍ଧ ନ୍ୟୁଜ

ବୌଦ୍ଧ ଜିଲ୍ଲାରେ କ୍ରମାଗତ ଭାବେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦୁର୍ବୃତ୍ତମାନେ ଧରାପଡୁଛନ୍ତି । ମାଧପୁର ରେଞ୍ଜର ଗୁଣ୍ଡୁରିସାହି ନିକଟରୁ ଏକ ସମ୍ବର ଶିକାର କରିବା ଅଭିଯୋଗରେ 2 ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି ।

ବୌଦ୍ଧ ଜିଲ୍ଲାରେ ସଙ୍କଟରେ ବନ୍ୟଜନ୍ତୁ, କ୍ରମାଗତ ଭାବେ ଶୀକାରି ପଡୁଛନ୍ତି ଧରା

author img

By

Published : Jun 11, 2020, 4:26 PM IST

Updated : Jun 11, 2020, 7:23 PM IST

ବୌଦ୍ଧ: ଜିଲ୍ଲାରେ ବନ୍ୟଜନ୍ତୁ ଏବେ ସଙ୍କଟରେ । ମାଧପୁର ରେଞ୍ଜର ଗୁଣ୍ଡୁରିସାହି ଏକ ସମ୍ବରକୁ ମାରି ଦେବା ଘଟଣାରେ 2ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି ।

ବୌଦ୍ଧ ଜିଲ୍ଲାରେ ସଙ୍କଟରେ ବନ୍ୟଜନ୍ତୁ

ଜଙ୍ଗଲ ସମ୍ପଦରେ ଭରପୂର ବୌଦ୍ଧ ଜିଲ୍ଲାରେ ଏବେ ବନ୍ୟଜନ୍ତୁ ସଙ୍କଟରେ ପଡିଯାଇଛନ୍ତି । ଗତ 2ଦିନ ପୂର୍ବରୁ କଣ୍ଟାମାଳ ବ୍ଲକରେ ବାରହା ମାଂସ ଜବତ ହୋଇଥିବା ବେଳେ ମାଧପୁର ରେଞ୍ଜର ଗୁଣ୍ଡୁରିସାହି ନିକଟରୁ ଏକ ବିରାଟ ସମ୍ବରକୁ ଦୁର୍ବୃତ୍ତମାନେ ମାରି ଦେଇଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଜଙ୍ଗଲ ବିଭାଗ ଚଢାଉ କରି ପ୍ରାୟ 60କିଲୋ ସମ୍ବର ମାଂସ ସହିତ 4ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ଉପାନ୍ତ ଆମ୍ବଝରୀ ପଞ୍ଚାୟତର ସୁନାଝରୀ ଗ୍ରାମକୁ ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଦ୍ବିତୀୟ ପୁରସ୍କାର ଘୋଷଣା ପରେ ଆହୁରି ଅଧିକ ଉତ୍ସାହିତ ହୋଇଛନ୍ତି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 11, 2020, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.