ବୌଦ୍ଧ: ଜିଲ୍ଲା କଂଗ୍ରେସ ଆରଟିଆଇର ଉପଯୋଗ କରିବ । ଗତ 2005 ମସିହାରେ ଉପା ସରକାର ସୂଚନା ଅଧିକାର ଆଇନର ଶୁଭାରମ୍ଭ କରିଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ କେତେକ କ୍ଷେତ୍ରରେ ଏହାର ଦୁରୁପଯୋଗ ସହିତ ଅଧିକାଂଶ ସ୍ଥାନରେ ଏହି ଆଇନର ଉପଯୋଗୀତା ସାଧାରଣ ଲୋକେ ପାଉନାହାନ୍ତି । ଫଳରେ ଏହାକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଠାରୁ ସପ୍ତାହେ ଆରଟିଆଇ ସଚେତନତା ସପ୍ତାହ ପାଳନ କରିବ ।
ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଏକ ବୁକଲେଟ ମାଧ୍ୟମରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଜନ ସମ୍ପର୍କ ପଦଯାତ୍ରାରେ ଏହି ତଥ୍ୟ ସାଧାରଣ ଲୋକଙ୍କ ଆଗରେ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କଂଗ୍ରେସର ଏଭଳି ନିଷ୍ପତ୍ତି ଦ୍ବାରା ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କେତେକ ବିଭାଗରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ