ETV Bharat / state

ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶ

author img

By

Published : May 20, 2023, 1:36 PM IST

Updated : May 20, 2023, 2:30 PM IST

ବୌଦ୍ଧ ଜିଲ୍ଲାର ଶତାଧିକ ଉପାନ୍ତ ଅଞ୍ଚଳରେ ନାହିଁ ସବୁଦିନିଆ ରାସ୍ତା । ଗମନାଗମନ ସମସ୍ୟା ଯୋଗୁଁ ପହଞ୍ଚି ପାରୁନି ବିକାଶ । ଅଧିକ ପଢନ୍ତୁ

ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶ
ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶ
ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିକାଶର ବାଟ ଓଗାଳିଛି ଗମନାଗମନ ସମସ୍ୟା । ଜିଲ୍ଲାର ଶତାଧିକ ଉପାନ୍ତ ଗ୍ରାମକୁ ଆଜି ଯାଏଁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ରାସ୍ତାଘାଟର ଅଭାବ ଯୋଗୁଁ ସରକାରଙ୍କ ବିକାଶମୂଳକ ଯୋଜନା ସେହି ଅଞ୍ଚଳରେ ଠିକ୍ ଭାବେ ପହଞ୍ଚି ପାରୁନି । ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ହେଉଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଏକାଧିକ ଗ୍ରାମବାସୀ ନିତିଦିନିଆ ରାସ୍ତାଟିଏ ପାଇଁ ଚାହିଁ ବସିଛନ୍ତି ।

ତିନୋଟି ବ୍ଲକକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାରେ ଆଜି ମଧ୍ୟ ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁ ସ୍ଥାନକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ ଅନେକ ଯୋଜନା ଅପହଞ୍ଚ ହୋଇରହିଛି । ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା, ତଳଗାଁ, ଛତରଙ୍ଗ, ଆଢେଣୀଗଡ, ବୌଦ୍ଧ ବ୍ଲକର ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଏବଂ କଣ୍ଟାମାଳ ବ୍ଲକର ଲମ୍ବସରୀ, ଉମା, ବରଗାଁ, ନାରାୟଣପ୍ରସାଦ ଭଳି କେତେକ ପଞ୍ଚାୟତର ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତାଟିଏ ନାହିଁ । ଫଳରେ ବର୍ଷ ବର୍ଷ ଧରି ସ୍ଥାନୀୟ ଅଞ୍ଚଳବାସୀ ବିଛିନ୍ନାଞ୍ଚଳଙ୍କ ଭଳି ଦିନ କାଟି ଆସୁଛନ୍ତି ।

ବୌଦ୍ଧ ଜିଲ୍ଲାରେ ଏଭଳି ଶତାଧିକ ଦୁର୍ଗମ ଅଞ୍ଚଳରେ ଆବାସ, ରାସନ, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ମନରେଗା ଭଳି ଯୋଜନା ଠିକରେ ପହଞ୍ଚି ପାରୁନି । ଏପରିକି ଏହି ଅଞ୍ଚଳରେ ବିକାଶ ନାଁରେ ସ୍ଥାନୀୟ ନେତା ଓ ଠିକାଦାରଙ୍କ ଦ୍ବାରା କୋଟି କୋଟି ଟଙ୍କାର ହରିଲୁଟ ହେଉଥିବା ମଧ୍ୟ ଅନେକ ଥର ଅଭିଯୋଗ ଆସୁଛି । କେବଳ ହରଭଙ୍ଗା ବ୍ଲକର ଲୁଣିବାହାଲ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପ୍ରଶାସନିକ ସ୍ତରରେ ହୋଇଥିବା ବେଳେ ତଳଗାଁ, ମହାଲିକପଡା, ଆଢେଣୀଗଡ, କୁଶଙ୍ଗ, ଛତରଙ୍ଗ, ଶୁଣ୍ଢିପଦର,ଖଲିଆପାଲି, ରେଙ୍ଗାଲୀ, ଖମନମୁଣ୍ଡା, କୁଳୁତାଯୋର ଭଳି ଅନେକ ପଞ୍ଚାୟତରେ ଏପରି ଦୁର୍ନୀତିର ଲମ୍ବା ତାଲିକା ରହିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏଭଳି ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାରୁ ତାଙ୍କର ଅବସର ଗ୍ରହଣର ଅପେକ୍ଷାରେ ଅନେକ ନେତା, ଠିକାଦାର ଓ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଜଗି ରହିଛନ୍ତି । ନିକଟରେ ଜିଲ୍ଲାପାଳ ଏହିପରି ଜଣେ କରିତକର୍ମା ମହାଲିକପଡାର ଜିଆରଏସକୁ ବରଖାସ୍ତ କରିଥିଲେ । ଯାହାକି ଅନ୍ୟ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତର ପାଞ୍ଚଟି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ବାଟ ଓଗାଳୁଥିବା ଦମଣ୍ଡା ଝରଣା ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନର ଦାବି ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କିନ୍ତୁ ସେତୁ କାର୍ଯ୍ୟର ଅଗ୍ରଗତି ନେଇ ଆରଡି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଫଳରେ ଆଗାମୀ ବର୍ଷା ଋତୁରେ ପୁଣିଥରେ ଦମଣ୍ଡା ଅଞ୍ଚଳର ଶତାଧିକ ପରିବାର ଜଳବନ୍ଦୀ ସମସ୍ୟା ଭୋଗିବାକୁ ଯାଉଛନ୍ତି । ସେପଟେ ବୌଦ୍ଧ ବ୍ଲକ ବହିରା ପଞ୍ଚାୟତର ତେନ୍ତୁଳିପାଲି ଗ୍ରାମକୁ ଦୀର୍ଘ ବର୍ଷ ହେଲା ଏକ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଛି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ, ବିଡିଓ, ପିଡିଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 20, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.