ETV Bharat / state

ବାଇକୁ ଧକ୍କା ଦେଲା ବୋଲେରୋ, ବାଇକ ଚାଳକ ମୃତ - boudh accident news

ବୌଦ୍ଧ ଜିଲ୍ଲାରେ ମନମୁଣ୍ଡାରେ ଅଞ୍ଚଳରେ ବାଇକକୁ ଧକ୍କା ଦେଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଉତ୍ତେଜିତ ଜନତା ୪୧ ନମ୍ବର ରାଜ୍ୟ ରଜପଥକୁ ଅବରୋଧ କରିଛନ୍ତି ।

road-close-by-angry-people-for-death-in-accident
ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ
author img

By

Published : Feb 29, 2020, 5:40 AM IST

ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଅଞ୍ଚଳରେ ବାଇକକୁ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଉତ୍ତେଜିତ ଜନତା ୪୧ ନମ୍ବର ରାଜ୍ୟ ରଜପଥକୁ ଅବରୋଧ କରିଛନ୍ତି ।

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ଶୁକ୍ରବାର ଦିନ କଣ୍ଟାମାଳ ବ୍ଲକର ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ନିକଟରେ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ଏକ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ବୋଲେରୋ ଗାଡି ସହ ମୁହାଁମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ବୁଟୁମୁଣ୍ଡା ଗ୍ରାମର କୈଳାସ ଲୁହା ବୋଲି ସୂଚନା ମିଳିଛି । ଦୁର୍ଘଟଣା ଯୋଗୁଁ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି ।

ସେପଟେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ରାସ୍ତାରୋକ ହଟିଥିଲା । ତେବେ ଲଗାତାର ଏହି ଅଞ୍ଚଳରେ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟ କ୍ଷତି ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.