ETV Bharat / state

ବୌଦ୍ଧରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଜିଲ୍ଲାର ଉନ୍ନତି ପାଇଁ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ଅଧିକ ପଢନ୍ତୁ...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

author img

By

Published : Jan 13, 2021, 9:10 AM IST

ବୌଦ୍ଧ: ଜିଲ୍ଲାରେ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ବୌଦ୍ଧ ଜିଲ୍ଲାର ବକାଶ ପାଇଁ ବିଧାୟକ, ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲା ସର୍କିଟ ହାଇସରେ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଦାସବର୍ମା ବିଶେଷ ଭାବରେ ବୌଦ୍ଧ ଜିଲ୍ଲାରେ ଚାଲିଥିବା ଧାନକ୍ରୟ, ନିର୍ମାଣ ଶ୍ରମିକ କାର୍ଡ,ପାନୀୟଜଳ ଓ ଏମଜିଏନଆରଇଜିଏସ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାବାସୀ କିଭଳି ସୁଫଳ ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ସଞ୍ଜୟ ଦାସବର୍ମା ବୌଦ୍ଧର ଜିଲ୍ଲାରେ ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ସଂଗ୍ରହାଳୟକୁ ବୁଲି ଦେଖିବା ସହ ଏହାର ଆହୁରି କିପରି ଅଧିକ ଉନ୍ନତି କରଣ କରାଯାଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.