ବୌଦ୍ଧ: ନିଜ ପେନସନ ଅର୍ଥକୁ ରେଡକ୍ରସ ଫଣ୍ଡକୁ ଦାନ କଲେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶିକା । ଲକଡାଉନ ସମୟରେ ଲୋକଙ୍କ କଷ୍ଟ ଦେଖିନପାରି ସେ ଏଭଳି କାର୍ଯ୍ୟ କରିଛନ୍ତି ।
ଅବସର ନେବାର 20 ବର୍ଷ ପରେ ବି କୋରୋନା ଲକଡାଉନରେ ଲୋକଙ୍କ ଦୁଃଖ ଦେଖି ଭାଙ୍ଗିପଡିଥିଲେ ବୃଦ୍ଧା ସ୍ବାସ୍ଥ୍ୟ ପରିଦର୍ଶିକା । କଇଁ କଇଁ ହୋଇ କାନ୍ଦି ସିଧା ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ନିକଟରେ । ଏହା ପରେ ରେଡକ୍ରସ ଫଣ୍ଡକୁ ନିଜ ପେନସନ ଅର୍ଥ ଦାନ କରିଥିଲେ । ଏଥିସହ ସମସ୍ତଙ୍କ ଆରୋଗ୍ୟ କାମନା କରିଥିଲେ ।
![Retired health inspector donates pension money to Red Cross fund](https://etvbharatimages.akamaized.net/etvbharat/prod-images/od-boud-04-datya-relif3-avb-od10020_24042020155012_2404f_01793_521.jpg)
ସେପଟେ ପ୍ରଧାନମନ୍ତ୍ରୀଙ୍କ କୋରୋନା ବିରୁଦ୍ଧ ଲଢେଇରେ ପ୍ରେରିତ ହୋଇ ଉପାନ୍ତ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମର ମହିଳାମାନେ ପିଏମ୍ କେୟାର୍ସକୁ ଅର୍ଥ ଦାନ କରିଛନ୍ତି । ସେହିପରି ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ଥାନରେ ଲୋକଙ୍କୁ କୋରୋନା ନେଇ ସଚେତନ କରାଯିବ ସହ ମାଗଣା ମାସ୍କ ବଣ୍ଟନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ