ETV Bharat / state

ଆରଟିଏଓ କାର୍ଯ୍ୟାଳୟରେ ବଢୁଛି ଦଲାଲଙ୍କ ଦୌରାତ୍ମ୍ୟ, ଜଣେ ଗିରଫ

author img

By

Published : Sep 27, 2019, 8:04 AM IST

Updated : Sep 27, 2019, 8:13 AM IST

ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଢାଉ। ଏହି ଚଢାଉ ସମୟରେ ଜଣେ ଦଲାଲ ଗିରଫ ।

ଫଟୋ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଏହି ଦଲାଲଙ୍କ ବିଷୟରେ ଖବର ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଟାଉନ ପୋଲିସ ତିନି ଜଣଙ୍କୁ ଦଲାଲ ସନ୍ଦେହରେ ଧରିଥିଲେ। ତେବେ ପୋଲିସ ସେମାନଙ୍କୁ ରାଇରଙ୍ଗପୁର ଟାଉନ ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲା ଛାନଭିନ ପରେ ସେମାନଙ୍କ ମଧ୍ୟରୁ ଜଣେ ଦଲାଲ ଥିବା ପୋଲିସ ଜାଣିବାକୁ ପାଇଥିଲା।

ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଛଣୁଆ ଗ୍ରାମର ସୁଶାନ୍ତ ମହାନ୍ତ ବୋଲି ପୋଲିସ ସୂଚନା ମିଳିଛି। ଏହି ଘଟଣା ପରେ ସେଠାରେ ବ୍ୟବସାୟ କରୁଥିବା ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଦିନକୁ ଦିନ ଦଲାଲ ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଜି ଖବର ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଟାଉନ ପୋଲିସ ତିନି ଜଣଙ୍କୁ ଦଲାଲ ସନ୍ଦେହ ରେ ଧରିଥିଲେ। ତେବେ ପୋଲିସ ସେମାନଙ୍କୁ ରାଇରଙ୍ଗପୁର ଟାଉନ ଥାନା କୁ ଆଣି ପଚରାଉଚରା ଜାରି ରଖିଥିଲା ଛାନଭିନ ପରେ ସେମାନଙ୍କ ମଧ୍ୟରୁ ଜଣେ ଦଲାଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ସେ ନେଇ ତାଙ୍କୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଛଣୁଆ ଗ୍ରାମର ସୁଶାନ୍ତ ମହାନ୍ତ ବୋଲି ପୋଲିସ ସୂଚନା ଦେଇଛି। ଏ ନେଇ ସେଠାରେ ବ୍ୟବସାୟ କରୁଥିବା ଦଲାଲ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।Body:XConclusion:X
Last Updated : Sep 27, 2019, 8:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.