ETV Bharat / state

ବଡ଼ ଠାକୁରଙ୍କ ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ, ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ - ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

ଦୁଇ ସପ୍ତାହର ଅସୁସ୍ଥତା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବଡ ଠାକୁର । ବୌଦ୍ଧରେ ବଡ ଠାକୁରଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଥିବା ବେଳେ ଆଜି ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଆନନ୍ଦର ସହ ଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ
ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ
author img

By

Published : Jun 19, 2023, 10:54 PM IST

ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ

ବୌଦ୍ଧ: ସୁସ୍ଥ ହେଲେ ବଡ ଠାକୁର । ଦୁଇ ସପ୍ତାହର ଅଣସର ଘରେ ଉପଚାର ପରେ ସୁସ୍ଥ ହୋଇ ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଉ କିଛି ସମୟ ପରେ ବଡ ଠାକୁରଙ୍କ ବଡ ଯାତ୍ରା ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି । ଆଜି ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଅବସରରେ ଠାକୁରଙ୍କ ନବଯୌବନ ଦର୍ଶନ କରି ଭାବବିହ୍ବଳ ହୋଇଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ତଥା ପୀଠରେ ଆଜି ଉଭୟ ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।

ବଡ ଠାକୁରଙ୍କ ବଡଯାତ୍ରା ପାଇଁ ଆଉ ଅଳ୍ପ ସମୟ ବାକି ଥିବାବେଳେ ଆଜି ଠାକୁର ସୁସ୍ଥ ହୋଇ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ତଥା ହୋମ ପରେ ସାଧାରଣ ଭକ୍ତଙ୍କ ପାଇଁ ଠାକୁର ଦର୍ଶନ ଉନ୍ମୁକ୍ତ କରାଯାଇଥିଲା । ପରେ ସେବାୟତ ମନ୍ଦିର ଶିଖରରେ ଧ୍ବଜା ବନ୍ଧନ କରିଥିଲେ । ଆଜି ଦିନ ତମାମ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ବଡ ଠାକୁରଙ୍କ ନବଯୌବନ ବେଶ ଆନନ୍ଦରରେ ଦର୍ଶନ କରିଥିଲେ । ସୋମବାର ଠାକୁରଙ୍କ ସମସ୍ତ ଅଳଙ୍କାର ଅଣାଯାଇ ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରରେ ରଖାଯାଇଥିଲା । ସେହିପରି ଘୋଷଯାତ୍ରା ପାଇଁ ଉଭୟ ବୌଦ୍ଧର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥ ଓ ବଡଦାଣ୍ଡକୁ ସୁସଜ୍ଜିତ କରାଯାଇଛି । ବଡ ଦାଣ୍ଡ ତମାମ ଆକର୍ଷଣୀୟ ଚିତ୍ର କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସମାଜର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସନ୍ଧ୍ୟାରେ ଦେବ ଦର୍ଶନ ସମ୍ପନ୍ନ ହୋଇଛି ।

ଠାକୁରଙ୍କ ନବଯୌବନ ଦର୍ଶନ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା । ପିଢ଼ି ପରେ ପିଢ଼ି ଠାକୁରଙ୍କ ଚିତ୍ରଣ ସେବା ଦାୟିତ୍ବରେ ଥିବା ଚିତ୍ରକର ପରିବାର ଏହି ସେବା ପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି । ବଡ ଠାକୁରଙ୍କ ନେତ୍ରୋତ୍ସବ ପାଇଁ ପ୍ରତ୍ୟେକ ବର୍ଷ ଏହି ଚିତ୍ରକର ପରିବାର ଯଥେଷ୍ଟ ପୂର୍ବରୁ ସୋନପୁର ଅଞ୍ଚଳରୁ ଆସି ଅଣସର ଘରେ ଠାକୁରଙ୍କ ସେବାରେ ନିଜକୁ ସମର୍ପଣ କରିଦିଅନ୍ତି । ସୋମବାର ଅପରାହ୍ନ ପରେ ଚିତ୍ରକରଙ୍କ କାର୍ଯ୍ୟ ସମାପ୍ତି ପରେ ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥରେ ଘୋଡାଲାଗି ହୋଇଥିଲା । ସମସ୍ତ କାର୍ଯ୍ୟକୁ ବୌଦ୍ଧ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ମଙ୍ଗଳବାର ଘୋଷଯାତ୍ରା ପାଇଁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଚୂଡାନ୍ତ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ବୌଦ୍ଧ ସହରର ଟ୍ରାଫିକ ବ୍ୟବସ୍ଥା ବ୍ୟବସ୍ଥିତ ପାଇଁ ଆରକ୍ଷୀ ଅଧିକ୍ଷକ ସ୍ବତନ୍ତ୍ର ଦୃଷ୍ଟି ଦେଇଥିବା ବେଳେ ସୋମବାର ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଏସପି ରାଜପ୍ରସାଦ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.