ETV Bharat / state

ଗୋଟିଏ ଦିନ ପରେ ନେତ୍ରୋତ୍ସବ, ଉତ୍ସୁକତାର ସହ ଅପେକ୍ଷାରତ ଶ୍ରଦ୍ଧାଳୁ

ତିନି ଦିନର ରଜ ଉତ୍ସବ ପରେ ଆଜି ବସୁମତୀ ସ୍ନାନ ଅବସରରେ ମା ଲକ୍ଷ୍ମୀ ଙ୍କ ସହିତ ବସୁମତୀ ମାତାଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jun 17, 2023, 3:59 PM IST

rath yatra
rath yatra
rath yatra

ବୌଦ୍ଧ: ତିନି ଦିନ ଧରି ଚାଲିଥିବା ରଜ ଉତ୍ସବ ପରେ ଆଜି ବସୁମତୀ ସ୍ନାନ ଅବସରରେ ମହିଳା ମାନେ ପୂଜା କାର୍ଯ୍ୟରେ ମନୋନିବେଶ କରିଛନ୍ତି ।ବସୁମତୀ ସ୍ନାନ ଅବସରରେ ମା ଲକ୍ଷ୍ମୀଙ୍କ ସମେତ ବସୁମତୀ ମାତାଙ୍କ ପୂଜାର୍ଚ୍ଚନା ସହିତ ମହିଳା ମାନେ ବିଭିନ୍ନ ଦେବାଦେବୀଙ୍କୁ ପୀଠରେ ଦର୍ଶନ କରିଥିଲେ । ସେପଟେ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ପାଇଁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଠାକୁରଙ୍କୁ ଅଣସର ଗୃହରେ ଗୁପ୍ତ ରିତିନୀତିରେ ଷୋଡଶ ଉପଚାର ଜାରି ରହି ପଟ୍ଟି ଦିଅଁଙ୍କ ନିକଟରେ ପୂଜାର୍ଚ୍ଚନା ଜାରି ରହିଛି ।

ଆଜି ବସୁମତୀ ସ୍ନାନ ପାଇଁ ମା ଲକ୍ଷ୍ମୀ ଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ବୌଦ୍ଧ ର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ଲକ୍ଷ୍ମୀ ଙ୍କ ନିକଟରେ ପୂଜାର୍ଚ୍ଚନା ସହିତ କ୍ଷୀରି ଭୋଗ ଲାଗି ହୋଇଥିଲା । ଲକ୍ଷ୍ମୀ ମନ୍ଦିରରେ ମହିଳା ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ମା ଙ୍କ ଦର୍ଶନ କରିଥିଲେ । ସେପଟେ ବଡ ଠାକୁର ମନ୍ଦିରର ଅଣସର ଘରେ ଜ୍ବରରେ ପିଡୀତ ହୋଇ ଚିକିତ୍ସା ପରେ ସୁସ୍ଥ ହେବାରେ ଲାଗିଛନ୍ତି । ବୌଦ୍ଧ ର ଶ୍ରୀଜଗନ୍ନାଥ ମନ୍ଦିରର ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ଅଣସର ଘରେ ଚିତ୍ରକର ଓ ଅନ୍ୟାନ୍ୟ ସେବାୟତ ଠାକୁରଙ୍କ ସେବାରେ ଲାଗିଛନ୍ତି । ଆଉ ବାହାରେ ଠାକୁରଙ୍କ ପଟି ଦିଅଁ ଙ୍କୁ ସେବାୟତ ଓ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି ।

ତେବେ ଆଉ ଗୋଟିଏ ଦିନ ପରେ ବଡ ଠାକୁରଙ୍କ ନେତ୍ରୋତ୍ସବ ଅବସରରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ନବଯୌବନ ଦର୍ଶନ ପାଇଁ ଆକୁଳ ନୟନରେ ଅପେକ୍ଷା କରିଥିବା ବେଳେ ଘୋଷଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ବୌଦ୍ଧ ର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥର ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚିତ୍ରକର ରଥ ଚିତ୍ରଣରେ ଲାଗି ପଡିଛନ୍ତି ।ସେହିପରି ବୌଦ୍ଧ ର ବଡଦାଣ୍ଡ କୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଘୋଷଯାତ୍ରା କୁ ଦୃଷ୍ଟିରେ ରଖି ବୌଦ୍ଧ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ମାଉସୀ ମା ମନ୍ଦିରର ଅଧିକ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯାଇଛି । ମାଉସୀ ମା ମନ୍ଦିର ସମ୍ମୁଖରେ ଏକ ଗୋଷ୍ଠୀ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଲୋକାର୍ପଣ କରିବା ସହିତ ଏହା ଶ୍ରଦ୍ଧାଳୁ ଙ୍କ କାର୍ଯ୍ୟ ରେ ଲାଗିବ ବୋଲି ସୂଚନା ଦେଇଛନ୍ତି । ବୌଦ୍ଧ ର ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମିଳିତ ଭାବରେ ସମସ୍ତ ପ୍ରସ୍ତୁତି କରିଛନ୍ତି।

ସେପଟେ ତିନି ଠାକୁରଙ୍କ ଟାହିଆ ନିମନ୍ତେ ପ୍ରସ୍ତୁତି ଜୋରଦାରରେ ଚାଲିଛି । କାଳିଆ ଠାକୁରଙ୍କ ଟାହିଆ ପୋଡାପୋଡା, ସୁଭଦ୍ରାଙ୍କ ଟାହିଆ ଜିଲ୍ଲା ପ୍ରଶାସନ ଓ ବଳଭଦ୍ରଙ୍କ ଟାହିଆ ନୂଆସାହି ପକ୍ଷରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ । ଏହି ସ୍ବତନ୍ତ୍ର ସୋଲ ଟାହିଆ ନିମନ୍ତେ ପିଢ଼ି ପରେ ପିଢ଼ି ଏହାକୁ ପ୍ରସ୍ତୁତି କରି ନିଜକୁ ସମର୍ପଣ କରିଛନ୍ତି କାରିଗର । ଏଭଳି ସେବାରେ ନିଜକୁ ସମର୍ପିତ କରି ନିଜକୁ ଧନ୍ୟ ମନେ କରିଛନ୍ତି । ବଡ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.