ETV Bharat / state

ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଲୋକଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

author img

By

Published : Jul 18, 2023, 1:56 PM IST

ଅଭିଯୋଗ ଶୁଣାଣୀରେ ଅଞ୍ଚଳର ଗରିବ, ଅସହାୟ ହିତାଧିକାରୀଙ୍କ ଦୁଃଖ ଶୁଣିଲେ ବୌଦ୍ଧ ଜିଲ୍ଲାପାଳ । ପ୍ରବଳ ବର୍ଷା ମଧ୍ୟରେ ଶତାଧିକ ହିତାଧିକାରୀ ନିଜ ଅଭାବ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

public grievance camp
public grievance camp
public grievance camp

ବୌଦ୍ଧ: ଗ୍ରାମାଞ୍ଚଳର ଗରିବ ଅସହାୟ ହିତାଧିକାରୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ । ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ସମୁଦାୟ ୧୬୮ ଗୋଟି ଅଭିଯୋଗ କରାଯାଇଛି । ସରକାରୀ ଯୋଜନାରୁ ବଞ୍ଚିତ ଗରିବ ଅସହାୟ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ପ୍ରବଳ ବର୍ଷା ସତ୍ତ୍ୱେ ଶତାଧିକ ହିତାଧିକାରୀ ନିଜ ନିଜ ଅଭାବ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଅନେକ ଗରିବ ହିତାଧିକାରୀଙ୍କୁ ଜିଲ୍ଲାପାଳ ସରକାରୀ ସହାୟତା ଯୋଗାଇ ଦେଇଥିଲେ । ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଜନଶୁଣାଣୀ ପାଇଁ ପହଞ୍ଚି ଥିଲେ । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ହିତାଧିକାରୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୀର୍ଘ ଦିନ ପରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ ନିକଟସ୍ଥ କଳାଗ୍ରାମ ନାରାୟଣନଗରର କଳାକାର ଓ ଅଧିବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବାଗତ କରାଯାଇଥିଲା ।

ଏସ୍‌ପି ରାଜ ପ୍ରସାଦ ମଧ୍ୟ ଶିବିରରେ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ । ଲକ୍ଷ୍ମୀ ପ୍ରସାଦ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଜଳସେଚନ ବ୍ୟବସ୍ଥାକୁ ନେଇ ଶିବିରରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆବାସ ଯୋଜନାରୁ ଶହଶହ ଗରିବ ହିତାଧିକାରୀ ବାଦ ପଡୁଥିବା ନେଇ ଜିଲ୍ଲାପାଳଙ୍କୁ ହିତାଧିକାରୀ ମାନେ ଗୁହାରି ଜଣାଇଥିଲେ । ଜିଲ୍ଲାପାଳଙ୍କ ଜନଶୁଣାଣୀରେ ହିତାଧିକାରୀମାନେ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ ଘର ଯୋଜନାରେ ସାମିଲ ପାଇଁ ଗୁହାରି କରିଥିବା ବେଳେ ସାମାଜିକ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀଙ୍କ ଭତ୍ତା ବାବଦ ଅର୍ଥ ନିୟମିତ ଭାବେ ଯୋଗାଇ ଦିଆଯିବାକୁ ଦାବି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡାରେ ମହା ଅଭିଯୋଗ ଶୁଣାଣି, ୬୫ଟି ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ

ତେବେ କାର୍ଯ୍ୟକ୍ରମରେ ଜଣେ ମହିଳା କର୍ମଚାରୀ ନିଜ ଛୋଟ ଛୁଆକୁ ସାଙ୍ଗରେ ନେଇ ଲୋକଙ୍କୁ ସହାୟତା ଯୋଗାଉଥିବା ଦେଖା ଯାଇଥିଲା । ମହିଳା ଜଣକ କୃଷିକ୍ଷେତ୍ର କର୍ମଚାରୀ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଏଭଳି ଖରା ବର୍ଷାରେ ନିଜ ଛୋଟ ଛୁଆକୁ ନେଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ଏନେଇ ମହିଳାଙ୍କୁ ଖୁବ ପ୍ରଶଂସା କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.