ETV Bharat / state

ସମସ୍ୟା ଘେରରେ କଣ୍ଟାମାଳ ବ୍ଲକ, ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ - ଅସହାୟ ହିତାଧିକାରୀଙ୍କୁ ସହାୟତା

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସୀମାନ୍ତ ପଞ୍ଚାୟତରେ ଗତକାଲି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

public grievance camp
public grievance camp
author img

By

Published : Jul 25, 2023, 8:53 AM IST

public grievance camp

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସୀମାନ୍ତ ପଞ୍ଚାୟତରେ ଗତକାଲି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଜନଶୁଣାଣୀ ଶିବିର ହୋଇଥିଲା । ଏହି ଜନଶୁଣାଣୀ ଶିବିରରେ ଅନେକ ଅସହାୟ ହିତାଧିକାରୀ ସହାୟତା ପାଇଥିବା ବେଳେ ଆହୁରି ଅନେକ ହିତାଧିକାରୀ ସହାୟତା ନପାଇ ନିରାଶରେ ଫେରି ଯାଇଥିଲେ । ସେପଟେ ବ୍ଲକର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧିମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।

ତେବେ ଗତ କିଛି ଦିନ ତଳେ ପଞ୍ଚାୟତ ଠାରୁ ଅଳ୍ପ ଦୂରରେ ଥିବା ଖୁଣ୍ଟିଗୋରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଓବାଦୀ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବାରୁ ଗତକାଲି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । କଣ୍ଟାମାଳ ବ୍ଲକର ସୀମାନ୍ତ ଖମନମୁଣ୍ଡା ପଞ୍ଚାୟତରେ ଅନୁଷ୍ଠିତ ଜନଶୁଣାଣୀରେ ଖମନମୁଣ୍ଡା ସମେତ ଖୁଣ୍ଟିଗୋରା, ଆମ୍ବଗାଁ, କୁଳୁତାଯୋର ଭଳି କେତେକ ପଞ୍ଚାୟତରୁ ଶହଶହ ଗରିବ ଅସହାୟ ହିତାଧିକାରୀ ସେମାନଙ୍କ ଦୁଃଖ ଜଣାଇବାକୁ ଖମନମୁଣ୍ଡା ପଞ୍ଚାୟତରେ ପହଞ୍ଚି ଥିଲେ । ଅନେକ ହିତାଧିକାରୀଙ୍କୁ ଜିଲ୍ଲାପାଳ ସରକାରୀ ସହାୟତା ଯୋଗାଉଥିବା ବେଳେ ଆହୁରି ଅନେକ ହିତାଧିକାରୀ ସହାୟତା ନ ପାଇ ନିରାଶରେ ଫେରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡାରେ ମହା ଅଭିଯୋଗ ଶୁଣାଣି, ୬୫ଟି ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ

ଖମନମୁଣ୍ଡା ପଞ୍ଚାୟତରେ ଆବାସ,ରାସନ୍, ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ବେଳେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଠିକରେ ଆଗେଇ ପାରୁନାହିଁ । ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ ଅଞ୍ଚଳବାସୀ । ସେପଟେ ଗତକାଲି ଜିଲ୍ଲାପାଳ ଖମନମୁଣ୍ଡାରେ ପହଞ୍ଚି ଥିବା ସୂଚନା ପାଇ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ନିକଟରେ ବ୍ଲକର ଅବ୍ୟବସ୍ଥା ନେଇ ଅଭିଯୋଗ କରିଥିଲେ । ସେହିପରି କଣ୍ଟାମାଳ ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବ୍ଲକରେ ଦୀର୍ଘ ଦିନ ହେଲା କୌଣସି ବୈଠକ ଅନୁଷ୍ଠିତ ହୋଇ ନଥିବା ତଥା ବ୍ଲକରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ସିଧାସଳଖ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଥିବା ବେଳେ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟରେ ଜନପ୍ରତିନିଧିମାନେ ତାଲା ପକାଇବାକୁ ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.