ETV Bharat / state

ସମସ୍ୟା ଘେରରେ ବୌଦ୍ଧ ସଦର ବ୍ଲକ, ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ - ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ବୌଦ୍ଧ ଜିଲ୍ଲା ସଦର ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି । ଅଧିକ ପଢନ୍ତୁ

ସମସ୍ୟା ଘେରରେ ବୌଦ୍ଧ ସଦର ବ୍ଲକ
ସମସ୍ୟା ଘେରରେ ବୌଦ୍ଧ ସଦର ବ୍ଲକ
author img

By ETV Bharat Odisha Team

Published : Dec 5, 2023, 9:08 AM IST

ସମସ୍ୟା ଘେରରେ ବୌଦ୍ଧ ସଦର ବ୍ଲକ

ବୌଦ୍ଧ : ବିଭିନ୍ନ ସମସ୍ୟା ନେଇ ଜନ ପ୍ରତିନିଧିଙ୍କ ଅଭିଯୋଗ । ବୌଦ୍ଧ ଜିଲ୍ଲା ସଦର ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ବିଭିନ୍ନ ସମୟରେ ଏଭଳି ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବା ନେଇ ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଏକ ପ୍ରକାର ରାଜନୈତିକ ଛକାପଞ୍ଝା ଲାଗି ରହିଛି । ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବିଭିନ୍ନ ପ୍ରସଙ୍ଗରେ ବିଶେଷ ଭାବରେ ବିକାଶକୁ ନେଇ ସ୍ଥାନୀୟ ନେତୃତ୍ବ ବିରୋଧରେ ମେଳି ବାନ୍ଧି ପରିବର୍ତ୍ତନ ସମାବେଶର ଆୟୋଜନ କରୁଛନ୍ତି । ଏନେଇ ଗତକାଲି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ସଦର ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ଓ ଅନ୍ୟାନ୍ୟ ବରିଷ୍ଠ ନେତା ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଧାନମଣ୍ଡି ଖୋଲିବା ଦାବି, ପାନପୋଷ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

ଦୀର୍ଘ ସମୟ ଧରି ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ନଥିବା ତଥା ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଆଗେଇପାରୁ ନଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ନିର୍ବାଚିତ ଜନ ପ୍ରତିନିଧିମାନେ ସିଧାସଳଖ ବ୍ଲକ ଅଧ୍ୟକ୍ଷଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଥିଲେ । ଏଥିସହ ଜିଲ୍ଲା ପ୍ରଶାସନ ଏସବୁ ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବା ସହିତ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରାଯିବ ବୋଲି ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ଏନେଇ ସରପଞ୍ଚ ସରୋଜ କର୍ଣ୍ଣ କହିଛନ୍ତି ଯେ, "ବୌଦ୍ଧ ବ୍ଲକର କୌଣସି ସାଧାରଣ ବୈଠକ ହେଉନାହିଁ । ସେଥିପାଇଁ ଆମେ ଅଭିଯୋଗ କରିଛୁ । ଅଧକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆମେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛୁ । ତେବେ ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ତାହାଲେ ଆମେ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିବୁ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.