ETV Bharat / state

ଅସ୍ତ୍ରଶସ୍ତ୍ର ଧରି କ୍ରସର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 9, 2021, 12:29 PM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧିନରେ ଖରଭୂଇଁ ଅଞ୍ଚଳରେ ଥିବା ପାଞ୍ଚଟି ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି । ଏହାକୁ ବିରୋଧ କରି କନ୍ଧ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ କ୍ରସର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ: ଷ୍ଟୋନ କ୍ରସର ଉଚ୍ଛେଦ ଦାବିରେ ବିକ୍ଷୋଭ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ପ୍ରଶାସନ ଏ ଦିଗରେ କୌଣସି ସମାଧାନ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଚେତାବାନୀ ଦେଇଛନ୍ତି ବିକ୍ଷୋଭକାକାରୀ ।

ଜିଲ୍ଲା ହରଭଙ୍ଗା ତହସିଲ ଅଧିନରେ ଖରଭୂଇଁ ଅଞ୍ଚଳରେ ଥିବା ପାଞ୍ଚଟି ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି । ଏ ନେଇ ଅଞ୍ଚଳବାସୀ ବାରମ୍ବାର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳିନାହିଁ । ସେପଟେ ଗତ ସପ୍ତାହରେ କ୍ରସର ଚାଲୁ କରିବାକୁ କିଛି ସପକ୍ଷବାଦୀ ଯୁକ୍ତି ବାଢିଥିଲେ । ତେବେ ଲଗାତାର ଅଞ୍ଚଳରେ କ୍ରସର ବିରୋଧରେ ଆନ୍ଦୋଳନ ସତ୍ତ୍ବେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ ପରିସ୍ଥିତି ଧିରେ ଧିରେ ସଙ୍ଗୀନ ହେବାରେ ଲାଗିଛି ।

ଏହାକୁ ବିରୋଧ କରି ଖରଭୂଇଁ ଅଞ୍ଚଳର ଶତାଧିକ କନ୍ଧ ଆଦିବାସୀ ଏକତ୍ରିତ ହୋଇ ନିଜ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧନୁତୀର,ଖଣ୍ଡା,ଭାଲା,ବର୍ଛା,ଟାଙ୍ଗୀ ଭଳି ସାମଗ୍ରୀ ସହିତ ଛତରଙ୍ଗ ଠାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଅଞ୍ଚଳରେ ଥିବା କ୍ରସର ଗୁଡିକୁ ବନ୍ଦ କରିବାକୁ ଦାବି କରି ଏକ ଦାବିପତ୍ର ଛତରଙ୍ଗ ଆରଆଇଙ୍କ ଜରିଆରେ ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ତେବେ ଦିନକୁ ଦିନ ଅଞ୍ଚଳରେ କ୍ରସର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହୁଥିବା ବେଳେ ଏନେଇ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.