ବୌଦ୍ଧ: ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହେବ ସଂଗ୍ରହାଳୟ । ସେଥପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।
ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାର 27 ତମ ପ୍ରତିଷ୍ଠା ଦିବସ ଆସନ୍ତା ଜାନୁଆରୀ 2 ତାରିଖରେ ପାଳନ ହେବ । ବୌଦ୍ଧ ଗଡଜାତ ଶାସନ କାଳର ପୁରୁଣା କଚେରୀ କୋଠା, ହେରିଟେଜ ବିଲ୍ଡିଂର ମାନ୍ୟତା ପାଇବା ସହ ଏହା ସଂଗ୍ରହାଳୟ ଭାବରେ ଉଦଘାଟିତ ହେବ । ଏଥିପାଇଁ କାହିଁ କେତେ ପ୍ରସ୍ତୁତି ।
ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପ୍ରତିଷ୍ଠା ହେଉଥିବାରୁ ଜିଲ୍ଲାବାସୀ ମଧ୍ୟ ବେଶ ଆନନ୍ଦିତ ।
![ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି](https://etvbharatimages.akamaized.net/etvbharat/prod-images/od-boud-02-satya-mesium-avb-od10020_18122020213458_1812f_03455_396.jpg)
ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କିତ ସାମଗ୍ରୀକୁ ଏଠାରେ ସ୍ଥାନୀତ ପାଇଁ ପ୍ରସ୍ତାବ ଥିବା ବେଳେ ଅନେକ ସ୍ଥାନରୁ ଏସବୁ ସାମଗ୍ରୀ ସଂଗ୍ରହ ମଧ୍ୟ ଆରମ୍ଭ ହୋଇସାରିଲାଣି ।
![ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି](https://etvbharatimages.akamaized.net/etvbharat/prod-images/od-boud-02-satya-mesium-avb-od10020_18122020213458_1812f_03455_862.jpg)
![ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି](https://etvbharatimages.akamaized.net/etvbharat/prod-images/od-boud-02-satya-mesium-avb-od10020_18122020213458_1812f_03455_58.jpg)