ETV Bharat / state

ଶଙ୍କୁଳେଇ ଧାନମଣ୍ଡିରେ ଅଚଳାବସ୍ଥା, ଚାଷୀ ହନ୍ତସନ୍ତ

author img

By

Published : Jan 19, 2020, 11:43 AM IST

ଶଙ୍କୁଳେଇ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଦୀର୍ଘ ଦିନ ଧରି ଖୋଲା ଆକାଶ ତଳେ ଶୀତ କାକରରେ ଚାଷୀ ଧାନକୁ ଜଗିବା ଛଡା ଅନ୍ୟ ଉପାୟ ନଥିବା ଅଭିଯୋଗ କରିଛନ୍ତି ।

problems in shamkulei mandi
ଶଙ୍କୁଳେଇ ଧାନମଣ୍ଡିରେ ଅଚଳାବସ୍ଥା, ଚାଷୀ ହନ୍ତସନ୍ତ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବର୍ତ୍ତମାନ ଅଚଳାବସ୍ଥା ଦେଖାଦେଇଛି। ଧାନର ମାନ ସଠିକ ନଥିବା ଦର୍ଶାଯାଇ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନଥିବା ବେଳେ ମିଲର୍ସ ଗାଡି ଆସୁ ନଥିବାରୁ ଚାଷୀ ବାଧ୍ୟ ହୋଇ ଏକାଧିକ ଦିନ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହୁଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଶଙ୍କୁଳେଇ ମଣ୍ଡିରେ ।

ଶଙ୍କୁଳେଇ ଧାନମଣ୍ଡିରେ ଅଚଳାବସ୍ଥା, ଚାଷୀ ହନ୍ତସନ୍ତ

ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି । ଏପଟେ ଶଙ୍କୁଳେଇ ସମବାୟ ସମିତିର ନିଜସ୍ବ କାର୍ଯ୍ୟାଳୟ ଗୃହ ମଧ୍ୟ ଏକ ଭଙ୍ଗା ଘରେ ଚାଲିଥିବା ବେଳେ ଧାନ ବସ୍ତା ମଧ୍ୟ ଖୋଲା ଆକାଶ ତଳେ ପଡିରହୁଛି । ଏନେଇ ପ୍ରଶାସନ ଦୃଷ୍ଟି ଦେଇ ଚାଷୀଙ୍କ ସମସ୍ୟା ଦୂର କରିବାକୁ ଚାଷୀମାନେ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା ।ଦିନ ଦିନ ଧରି ଖୋଲା ଆକାଶ ତଳେ ଶୀତକାକରରେ ଚାଷୀ ଧାନକୁ ଜଗିବା ଛଡା ଅନ୍ୟ ଉପାୟ ନଥିବା ଅଭିଯୋଗ କରିଛନ୍ତି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବର୍ତ୍ତମାନ ଅଚଳାବସ୍ଥା ସୃଷ୍ଟି ହୋଇଛି ।ବିଶେଷ ଭାବେ ଧାନର ମାନ ଠିକ ନଥିବା ଦର୍ଶାଇ କଟନୀ ଛଟନୀ ର ସମ୍ମୁଖୀନ ଚାଷୀ ହେଉଥିବା ବେଳେ ମିଲର୍ସର ଗାଡି ଆସୁ ନଥିବାରୁ ଚାଷୀ ବାଧ୍ୟ ହୋଇ ଦିନ ଦିନ ଧରି ଖୋଲା ଆକାଶ ତଳେ ଶୀତକାକରରେ ପଡି ରହୁଛନ୍ତି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଶଙ୍କୁଳେଇ ମଣ୍ଡିରେ ।ଏ ସମ୍ପର୍କରେ ଚାଷୀ ମାନେ ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ସେମାନେ ଏନେଇ ପ୍ରଶାସନ କୁ ଦାୟୀ କରିଛନ୍ତି ।ଏପଟେ ଶଙ୍କୁଳେଇ ସମବାୟ ସମିତିର ନିଜସ୍ୱ କାର୍ଯ୍ୟାଳୟ ଗୃହ ମଧ୍ୟ ଏକ ଭଙ୍ଗା ଦଦରା ଘରେ ଚାଲିଥିବା ବେଳେ ଧାନ ବସ୍ତା ମଧ୍ୟ ଖୋଲା ଆକାଶ ତଳେ ପଡିରହୁଛି ।ଏନେଇ ପ୍ରଶାସନ ଦୃଷ୍ଟି ଦେଇ ଚାଷୀ ଙ୍କ ସମସ୍ୟା ଦୂର କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Body:ଶଙ୍କୁଳେଇ ମଣ୍ଡିରେ ଶୀତକାକରରେ ଧାନ ଜଗିଛି ଚାଷୀ ।

Conclusion:ବାଇଟ-୧-ଜନାର୍ଦ୍ଦନ ପତ୍ରୀ,ଚାଷୀ
ବାଇଟ-୨-ମନୋଜ ମହାକୁଳ, ଚାଷୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.