ETV Bharat / state

ନଳକୂପ ଉପରେ ମାଡିଯାଇଛି ଘାସ, ପାଣି ପାଇଁ ଲୋକ ଆଉଟପାଉଟ - ଚୁଆର ଦୂଷିତ ପାଣି ବ୍ୟବହାର

ବୌଦ୍ଧ ଜିଲ୍ଲା ବଘିଆପଡାରେ ପିଇବା ପାଣିର ଅଭାବ । ବାରମ୍ବାର କହିବା ପରେ ବି ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ...

ନଳକୂପ ଉପରେ ମାଡିଯାଇଛି ଘାସ,ପାଣି ପାଇଁ ଲୋକ ଆଉଟପାଉଟ

author img

By

Published : Oct 29, 2020, 8:56 AM IST

ବୌଦ୍ଧ: ବଘିଆପଡା ପଞ୍ଚାୟତର ଲୋକଙ୍କୁ ପିଇବାକୁ ମିଳୁନି ପାନୀୟଜଳ । ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟୋପାଏ ପିଇବା ପାଣି ପାଇଁ ଲୋକେ ଚୁଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ତୁରନ୍ତ ଏ ଦିଗରେ ପ୍ରଶାସନକୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବଘିଆପଡାବାସୀ ।

ନଳକୂପ ଉପରେ ମାଡିଯାଇଛି ଘାସ,ପାଣି ପାଇଁ ଲୋକ ଆଉଟପାଉଟ

ଗାଁରେ ଥିବା ନଳକୂପ ଉପରେ ଘାସ ମାଡିଯାଇଛି । ଦୀର୍ଘ ଦିନ ହେବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଓଭର ହେଡ ଟାଙ୍ଗି ନିର୍ମାଣ ହୋଇଛି ହେଲେ ତାହା ଲୋକଙ୍କ କାମରେ ଆସୁନାହିଁ । ପାଣି ପାଇଁ ଗାଁକୁ ପାଇପ ଲାଇନ ବିଛା ଯାଇଛି ସତ ହେଲେ ପିଇବା ପାଣି ଗାଁ କୁ ଆସି ପାରୁନାହିଁ ।

ମୁନ୍ଦାଏ ପିଇବା ପାଣି ପାଇଁ ଲୋକେ ଆଉଟପାଉଟ ହେବାର ଦେଖିବାକୁ ମିଳିଛି । ପିଇବା ପାଣି ଟୋପାଏ ପାଣି ଚୁଆ ପାଣି ବ୍ୟବହାର କରୁଥିବା କହିଛନ୍ତି ବଘିଆପଡାବାସୀ । ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ପଞ୍ଚାୟତ ସଦର ମହକୁମା ଲୋକଙ୍କର ଯଦି ଏଭଳି ଅବସ୍ଥା ତେବେ ଅନ୍ୟ ଉପାନ୍ତ ଗାଁରେ ପାନୀୟଜଳ ବ୍ୟବସ୍ଥା କିଭଳି ଥିବ ତାହା ଅନୁମାନ କରାଯାଇ ପାରୁଛି ।

ବାରମ୍ବାର ପିଇବା ପାଣି ପାଇଁ ଲୋକେ କହି ଆସୁଥିଲେ ହେଁ ଏଥି ପ୍ରତି କାହାରି ଦୃଷ୍ଟି ପଡି ନଥିବା କହିଛନ୍ତି । ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ବଘିଆପଡାବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.