ETV Bharat / state

ନବମ ଦିନରେ ଶିକ୍ଷକ ଆନ୍ଦୋଳନ, ଗୀତ ବୋଲି ହୁଳୁହୁଳି ପକାଇ ସରକାରଙ୍କୁ ଦେଲେ ଚେତାବନୀ

3 ଦଫା ଦାବି ନେଇ 9 ଦିନ ହେଲା ଧାରଣାରେ ବସି ରହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ବିଦ୍ୟାଳୟ ବନ୍ଦ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ସରକାର ବିଦ୍ୟାଳୟ ଖୋଲିବା ଓ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନବାଡି କର୍ମୀଙ୍କ ସହାୟତା ନେବେ ବୋଲି ସୂଚନା ମିଳିଛି । ସେପଟେ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ପୁରୁଣା ପେନସନ ଲାଗୁ ଓ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ଦାବି କରାଯାଇଛି ।

9 ଦିନରେ ପହଞ୍ଚିଲା ଶିକ୍ଷକ ସଂଘର ଆନ୍ଦୋଳନ
9 ଦିନରେ ପହଞ୍ଚିଲା ଶିକ୍ଷକ ସଂଘର ଆନ୍ଦୋଳନ
author img

By ETV Bharat Odisha Team

Published : Sep 17, 2023, 10:52 AM IST

9 ଦିନରେ ପହଞ୍ଚିଲା ଶିକ୍ଷକ ସଂଘର ଆନ୍ଦୋଳନ

ବୌଦ୍ଧ: 3 ଦଫା ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ 9 ଦିନ ପୂରିଛି । ଦାବି ପୂରଣ ପାଇଁ ଗୀତ ଗାଇ ହୁଳୁହୁଳି ପକାଇ ସରକାରଙ୍କୁ ନିବଦେନ କରିଛନ୍ତି ଶିକ୍ଷକ ସଂଘ । ବିଦ୍ୟାଳୟ ବନ୍ଦ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ସରକାର ବିଦ୍ୟାଳୟ ଖୋଲିବା ଓ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନବାଡି କର୍ମୀଙ୍କ ସହାୟତା ନେବେ ବୋଲି ସୂଚନା ମିଳିଛି । ସେପଟେ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ପୁରୁଣା ପେନସନ ଲାଗୁ ଓ 6ଟି ନେସନାଲ ଇନକ୍ରିମେଣ୍ଟ ଦାବି କରାଯାଇଛି ।

3 ଦଫା ଦାବି ନେଇ 9 ଦିନ ହେଲା ଧାରଣାରେ ବସି ରହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କିନ୍ତୁ ଏନେଇ ସରକାରଙ୍କ ସହ କୌଣସି ଆଲୋଚନା ହୋଇ ନଥିବାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବା ସହିତ ପାଠପଢା ଉପରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନର ରୂପରେଖକୁ ନଜରରେ ରଖି ସରକାର ବିଦ୍ୟାଳୟ ଖୋଲିବା ଓ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନବାଡି କର୍ମୀଙ୍କ ସହାୟତା ନେବେ ବୋଲି ସୂଚନା ମିଳିଛି ।

ସେପଟେ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଘ ପକ୍ଷରୁ ପୁରୁଣା ପେନସନ ଲାଗୁ ଓ 6ଟି ନେସନାଲ ଇନକ୍ରିମେଣ୍ଟ ଦାବି କରି ଏକ ଦାବିପତ୍ର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ତାଲା ଝୁଲୁ ଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ତେଜୁଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ, ଏନଏଚଆରସିକୁ ଗଲା ମାମଲା

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ଧାରଣାରେ ବସିରହିଛନ୍ତି । ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଘୋଷଣା କରିଥିବା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶିକ୍ଷକ ସଂଘ । ପୁରୁଣା ପେନସନ ଲାଗୁ କରିବା, 6ଟି ନେସନାଲ ଇନକ୍ରିମେଣ୍ଟ ଓ ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ ତଥା କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ ଦାବିରେ ଗତ ଆଠ ତାରିଖ ଠାରୁ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗତ ଚାରି ଦିନ ହେଲା ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛି ।

ଆଜି ଜିଲ୍ଲାର ଶିକ୍ଷକ ସଂଘର ଆନ୍ଦୋଳନ ନବମ ଦିନରେ ପହଞ୍ଚି ଥିବା ବେଳେ ଶିକ୍ଷକ ମାନେ ଅଭିନବ ଶୈଳୀରେ ଗୀତ ଗାଇ ହରିବୋଲ ହୁଳହୁଳି ଦେଇ ସେମାନଙ୍କ ଦାବି ସରକାର ଶୁଣିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନରେ ଠିକାପ୍ରଥା ଉଚ୍ଛେଦ ନେଇ ଘୋଷଣା କରିଥିଲେ ମଧ୍ୟ ପୁଣିଥରେ ଠିକା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପାଇଁ ଚେଷ୍ଟା କରାଯିବାକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।

ସେପଟେ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବାରୁ ସେସବୁ ଖୋଲିବା ତଥା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନବାଡି କର୍ମୀଙ୍କ ସହାୟତା ନିଆଯିବା ସୂଚନା ମିଳିବା ପରେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଶିକ୍ଷକ ସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.