ବୌଦ୍ଧ: ଆଗାମୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ଶିକ୍ଷା ବିଭାଗ । ପରୀକ୍ଷାକୁ କିଭଳି ଶାନ୍ତି ଶୃଙ୍ଖଳା ତଥା ସ୍ବଚ୍ଛ କରାଯିବ ତାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବୌଦ୍ଧର ଶିକ୍ଷା ବିଭାଗପକ୍ଷରୁ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କିଭଳି ଶୃଙ୍ଖଳିତ ତଥା ସ୍ବଚ୍ଛ କରାଯାଇ ପାରିବ ସେନେଇ ବୌଦ୍ଧରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ହାଇସ୍କୁଲ ପରିସରରେ, ପରୀକ୍ଷା କେନ୍ଦ୍ରଠାରୁ ଆରମ୍ଭ କରି ସବୁକିଛି ସୁରୁଖୁରୁରେ ଅନୁଷ୍ଠିତ ହେବ ସେନେଇ ଆଲୋଚନା ହୋଇଥିଲା । ଚଳିତବର୍ଷ ଜିଲ୍ଲାର ୨୯ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୫୮୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ୨୯ଟି ପରୀକ୍ଷା କେନ୍ଦ୍ରରୁ ମାତ୍ର ୧୧ଟି କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକ ଉପରେ ବିଭାଗର କଡା ନଜର ରହିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ