ETV Bharat / state

Panchayat Election: ବାଜିଲା ବିଗୁଲ, ଚଳଚଞ୍ଚଳ ବୌଦ୍ଧ ରାଜନୀତି

author img

By

Published : Jan 13, 2022, 8:58 AM IST

Updated : Jan 13, 2022, 3:11 PM IST

ଫେବୃୟାରୀ ୧୬ରୁ ହେବ ପଞ୍ଚାୟତ ନିର୍ବାଚନ । ୫ଟି ପର୍ଯ୍ୟାୟରେ ଭୋଟ ଦେବେ ଭୋଟର । ତେବେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ଗ୍ରାମାଞ୍ଚଳର ରାଜନୀତି । ଅଧିକ ପଢନ୍ତୁ

Panchayat Election : ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ରାଜନୀତି

ବୌଦ୍ଧ: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । ୫ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର । ଫେବୃଆରୀ ୧୬ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୁକ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଆସନ୍ତା ଫେବୃଆରୀ ୧୬, ୧୮ର ଓ ୨୦ ତାରିଖ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ସୂଚନା ମିଳିଛି । ନିର୍ବାଚନ ନେଇ ଘୋଷଣା ପରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ୬୯ ପଞ୍ଚାୟତ ରହିଥିବା ବେଳେ ୯ ଗୋଟି ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ ହୋଇଯାଇଛି ।

ନିର୍ବାଚନ ଆସିଲେ ସାଧାରଣତଃ ଭୋଟର ମାନେ ଗ୍ରାମର ଅସୁବିଧା ଉପରେ ଧ୍ୟାନ ଦେଇ ଭୋଟ ଆଦାୟ କରିଥାନ୍ତି । ବୌଦ୍ଧ ଜିଲ୍ଲାରେ କିନ୍ତୁ ପ୍ରତ୍ୟେକ ପାଞ୍ଚବର୍ଷ ରେ ଜିଲ୍ଲା ପରିଷଦର ମୁହଁ ବଦଳୁଥିଲେ ହେଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଭାଗ୍ୟ ବଦଳି ପାରୁନାହିଁ । କୋଣସି ସୁବିଧା ପାଇପାରୁ ନାହାନ୍ତି ଲୋକେ । ସାରା ଜିଲ୍ଲାର ଗମନାଗମନର ସୁବ୍ୟବସ୍ଥା କରୁଥିବା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରାସ୍ତା କିନ୍ତୁ ବର୍ଷ ତମାମ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଏନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲାର ୬୯ ପଞ୍ଚାୟତରେ ବିଶେଷ ଭାବରେ ପାନୀୟଜଳ, ଜଳସେଚନ, ସ୍ବାସ୍ଥ୍ୟ, ଗମନାଗମନ, ଆବାସ ଯୋଜନା, ଏନଆରଇଜିଏସ ଭଳି ପ୍ରସଙ୍ଗ ପଞ୍ଚାୟତ ନିର୍ବାଚନରେ ଗଭୀର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି । ଜିଲ୍ଲାର ଗୋଟିଏ ମଧ୍ୟ ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ହୋଇନଥିବା ତଥା ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇନଥିବା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 13, 2022, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.