ETV Bharat / state

ବଣୁଆ ହାତୀ ପାଇଁ ଆତଙ୍କିତ ଗରିବ ଆଦିବାସୀ, ବନ ବିଭାଗ ଚୁପ

ବଣୁଆ ହାତୀ ପଲ ଯୋଗୁଁ ଆତଙ୍କିତ ପଲସାଦାଦର ଠାରେ ବସବାସ କରୁଥିବା ଦଶରୁ ଊର୍ଦ୍ଧ୍ବ ପରିବାର । ଶୁଣୁନି ବନ ବିଭାଗ । ଅଧିକ ପଢନ୍ତୁ...

author img

By

Published : Nov 6, 2021, 2:54 PM IST

ବଣୁଆ ହାତୀ ପାଇଁ ଆତଙ୍କିତ ଗରିବ ଆଦିବାସୀ, ବନ ବିଭାଗ ଚୁପ
ବଣୁଆ ହାତୀ ପାଇଁ ଆତଙ୍କିତ ଗରିବ ଆଦିବାସୀ, ବନ ବିଭାଗ ଚୁପ

ବୌଦ୍ଧ: କଲବଲ କରୁଛି ବଣୁଆ ହାତୀ । ଜିଲ୍ଲାର ବଘିଆପଡା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଦଶରୁ ଊର୍ଦ୍ଧ୍ବ ହାତୀ ପଲ ରହୁଥିବାବେଳେ ଭୟରେ ଦିନ କଟାଉଛନ୍ତି ପଲସାଦାଦର ଠାରେ ବସବାସ କରୁଥିବା ଦଶରୁ ଊର୍ଦ୍ଧ୍ବ ପରିବାର । ଗୋଟିଏ ପଟେ ଏହି ଆଦିବାସୀଙ୍କ ନିକଟରେ ସରକାରଙ୍କ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବେଳେ ଅନ୍ୟ ପଟରେ ବଣୁଆ ହାତୀ ପଲ ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ଏହି ଆଦିବାସୀ ପରିବାର ସଦସ୍ୟ । ଫଳରେ ହାତୀ ଭୟରେ ଏମାନେ ରାତି ରାତି ଧରି ପାଳି କରି ପରିବାରର ଜୀବନ ବଞ୍ଚାଇବାକୁ ଜଗି ରହୁଛନ୍ତି ।

ବୌଦ୍ଧ ବନାଞ୍ଚଳର ନାଏକପଡା ଠାରୁ ଆରମ୍ଭ କରି ରାୟପୁର, ଦେବଗଡ଼, ବେରେଡାବାରି, ପଲସାଦାଦର,ଭୁକ୍ତାପଡା, ମେନିଆପାଜୁ ପର୍ଯ୍ୟନ୍ତ ବଣୁଆ ହାତୀ ମାନେ ଅଞ୍ଚଳର ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଗୋଟିଏ ପଟରେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀ କରିଡର ନେଇ କୌଣସି ପ୍ରସ୍ତୁତି ନଥିବା ବେଳେ ହାତୀ ଚଳପ୍ରଚଳ ନେଇ ଅଞ୍ଚଳରେ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ । ଅନ୍ୟ ପଟରେ ହାତୀ କ୍ଷତି କରୁଥିବା ଫସଲ ପାଇଁ ହିତାଧିକାରୀଙ୍କୁ ବିଭାଗ ପକ୍ଷରୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀମାନେ ବୌଦ୍ଧ ଜିଲ୍ଲାପାଳ ଓ ବିଦ୍ୟୁତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ସହାୟତା ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.