ETV Bharat / state

କୋରୋନା ଭୟରେ ଚିକିତ୍ସା କରୁନାହାନ୍ତି ଡାକ୍ତର - ବୌଦ୍ଧ ସ୍ବାସ୍ଥ୍ୟ ସେବା ଦୁର୍ବଳ

କୋରୋନା ଭୟରେ ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି ଡାକ୍ତର । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

କରୋନା ଭୟରେ ଚିକିତ୍ସା କରୁନାହାନ୍ତି ଡାକ୍ତର
କରୋନା ଭୟରେ ଚିକିତ୍ସା କରୁନାହାନ୍ତି ଡାକ୍ତର
author img

By

Published : Oct 9, 2020, 8:14 PM IST

ବୌଦ୍ଧ: ଶିକ୍ଷା, ଅର୍ଥନୀତି ଠୁ ଆରମ୍ଭ କରି ସ୍ବାସ୍ଥ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ, ଏସବୁଠି କୋରୋନାର ପ୍ରଭାବ ଦେଖିବାକୁ ମିଳୁଛି । ଅନ୍ୟ କ୍ଷେତ୍ରରେ ଯେନତେନ ପ୍ରକାରଣେ ଲୋକେ ଚଳି ଯାଉଛନ୍ତି ସତ ହେଲେ ମୁଖ୍ୟ ଆବଶ୍ୟକତା ସ୍ବାସ୍ଥ୍ୟ କ୍ଷେତ୍ରରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖାୀନ ହେବାକୁ ପଡୁଛି । ଡାକ୍ତରଖାନା ଅଛି, ଡାକ୍ତର ମଧ୍ୟ ଅଛନ୍ତି ହେଲେ ରୋଗୀ ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି । କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁନଥିବା ଅଭିଯୋଗ ହେଉଛି ।

କରୋନା ଭୟରେ ଚିକିତ୍ସା କରୁନାହାନ୍ତି ଡାକ୍ତର

ଏଭଳି ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ । ଜିଲ୍ଲାର ହରଭଙ୍ଗା, ପୁରୁଣାକଟକ, ଜହ୍ନାପଙ୍କ,ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଭଳି ଅନେକ ଡାକ୍ତର ଖାନାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଥିବାବେଳେ, କେତେକ ସ୍ଥାନରେ ଚିକିତ୍ସା ଯନ୍ତ୍ରପାତି ଥାଇ ମଧ୍ୟ ତାହା ବ୍ୟବହାର ହୋଇପାରୁ ନାହିଁ । କେତେକ ସ୍ଥାନରେ ରୋଗୀଙ୍କ ରକ୍ତଚାପ ମାପିବାକୁ ମଧ୍ୟ ଡାକ୍ତର କୁଣ୍ଠାବୋଧ କରୁଛନ୍ତି ।

ସେପଟେ ରାସ୍ତା ସମସ୍ୟା କାରଣରୁ କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସୌରୀବେଙ୍ଗେସ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ବାଧ୍ୟ ହୋଇ ରୋଗୀକୁ ସମ୍ପର୍କୀୟ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.