ETV Bharat / state

ଅଦିନିଆ ବର୍ଷା ଗରିବ ପରିବାରର ଦୁଃଖ ବଢାଇଲା

author img

By

Published : May 2, 2023, 8:49 PM IST

ଅଦିନିଆ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗରିବ ହିତାଧିକାରୀ । ନିଜର ଖଣ୍ଡେ ପକ୍କା ଘର ନଥିବାରୁ ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି ଏଭଳି ଅସହାୟ ପରିବାର । ଅଧିକ ପଢନ୍ତୁ

poor family facing problem
poor family facing problem
poor family facing problem

ବୌଦ୍ଧ: ଅଦିନିଆ ବର୍ଷା ଯୋଗୁଁ ଗଭୀର ପ୍ରଭାବିତ ହୋଇଛନ୍ତି ଗରିବ ହିତାଧିକାରୀ । ନିଜ ମୁଣ୍ଡ ଉପରେ ପକ୍କା ଛାତଘର ଖଣ୍ଡେ ନ ଥିବାରୁ ଏଭଳି ଅଦିନିଆ ବର୍ଷା ସମୟରେ ପରିବାର ସହିତ ପର ପିଣ୍ଡାରେ ଆଶ୍ରୟ ନେଉଛନ୍ତି ଅନେକ ଗରିବ ପରିବାର । ଅଦିନିଆ ବର୍ଷା ପ୍ରଭାବରେ ଅନେକ ଗରିବ ହିତାଧିକାରୀ ଓ ଚାଷୀମାନେ ଗଭୀର ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ସୋମବାର ଅଦିନିଆ ବର୍ଷା ଦିନ ତମାମ ଲାଗି ରହିଥିଲା ।ହଠାତ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ରବି ଫସଲ ଉତ୍ପନ୍ନ ହୋଇସାରିଥିବା ବେଳେ ବର୍ଷା ଯୋଗୁଁ ସେସବୁ ବତୁରି ଯାଇଥିଲା । ଏହାଛଡା ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତର ଗରିବ ହିତାଧିକାରୀ ମାନେ ବର୍ଷା ଯୋଗୁଁ ଗଭୀର ସମସ୍ୟାର ସମ୍ମୁଖୀନ ହୋଇଥିବା ପରିଲକ୍ଷିତ ହୋଇଥିଲା ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବସ୍ତିର ଅନେକ ଗରିବ ହିତାଧିକାରୀ ନିଜ ପଲିଥିନ ଛାଉଣୀ ଘର ଛାଡି ପର ପିଣ୍ଡାରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା । ଏହାଛଡା ବର୍ଷା ଯୋଗୁଁ ଖୋଲା ଆକାଶ ତଳେ ରୋଷେଇ କରି ନ ପାରି ଅନେକ ପରିବାର ଭୋକରେ ରହିଯାଇଥିଲେ । ନିଜ ପରିବାରର ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡେ ନ ଥିବାରୁ ଏହି ବସ୍ତିର ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକର ସରକାରୀ ବାବୁଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ଅନେକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ସମସ୍ୟା ଯୋଗୁଁ ହଜାର ହଜାର ଗରିବ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି ।

ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଏନେଇ ବିଶେଷ ଆଗ୍ରହ ପ୍ରଦର୍ଶନ କରୁନଥିବା ତଥା ଦୁର୍ନୀତି ଖୋର ମନୋଭାବ ଯୋଗୁଁ ଏଭଳି କଲ୍ୟାଣକାରୀ ଯୋଜନାର ସୁଫଳ ଗରମ ପରିବାର ମାନେ ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି ।ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ 69 ପଞ୍ଚାୟତ ର ଏଭଳି ଅନେକ ଗ୍ରାମ ରହିଛି ଯେଉଁଠି ହିତାଧିକାରୀ ମାନେ ଗୋଟିଏ ମଧ୍ୟ ଆବାସ ଗୃହ ପାଇପାରି ନାହାନ୍ତି ।ଫଳରେ ଏଭଳି ଖରା ବର୍ଷା ସମୟରେ ଗରିବ ପରିବାର ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ତୁରନ୍ତ ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.