ETV Bharat / state

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ, ବୌଦ୍ଧରେ ତେଜୁଛି ରାଜନୀତି

author img

By

Published : Jan 24, 2022, 1:15 PM IST

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗ୍ରାମାଞ୍ଚଳ ରାଜନୀତି । ବର୍ତ୍ତମାନ ଗାଁ ମୁହାଁ ବିଭିନ୍ନ ଦଳର ପ୍ରାର୍ଥୀ । ଅଧିକ ପଢନ୍ତୁ

ପାଖେଇ ଆସୁଛି ନିର୍ବାଚନ, ବୌଦ୍ଧରେ ତେଜୁଛି ରାଜନୀତି

ବୌଦ୍ଧ: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗ୍ରାମାଞ୍ଚଳ ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ନାମାଙ୍କନ ପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ଗାଁମୁହାଁ ବିଭିନ୍ନ ଦଳର ପ୍ରାର୍ଥୀ ।

ବୌଦ୍ଧ ଜିଲ୍ଲାରେ ଆସନ୍ତା ଫେବୃଆରୀ 16, 18 ଓ 20 ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସମସ୍ତ 69 ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାର୍ଥୀ ମାନେ ପହଞ୍ଚି ଘରକୁ ଘର ବୁଲି ଭୋଟ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଅନେକ ସ୍ଥାନରେ ଭୋଜିଭାତରେ ପ୍ରବଳ ଭିଡକରି କୋଭିଡ କଟକଣାକୁ ଫୁ କରିଦେଉଥିବା ଅଭିଯୋଗ ମଧ୍ୟ ହୋଇଛି ।

ସେହିପରି ଅନେକ ପଞ୍ଚାୟତରେ ପ୍ରାର୍ଥୀପତ୍ରର ଉପଯୁକ୍ତ ଯାଞ୍ଚ ହୋଇନଥିବା ମଧ୍ୟ ଅଭିଯୋଗ ପହଞ୍ଚିଛି । ସେପଟେ ହରଭଙ୍ଗା ବ୍ଲକ ମୁଖ୍ୟାଳୟର ଚତୁପାର୍ଶ୍ବରେ ଥିବା ଗ୍ରାମ ଗୁଡିକୁ ନେଇ ଭୋଟର ବେଶ ଖପ୍ପା ହୋଇଛନ୍ତି । କାରଣ ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକର ନିକଟରେ ଥିବା ଘୋଡାଡିଆଁ, ଡିଗସିରା, ଯାଜପୁର, ବାହାଲି, ଟିକିରାସାହି,କାଲିମାଟି ଭଳି ଅନେକ ଗ୍ରାମକୁ ବର୍ଷ ତମାମ ପାହାଡି ନାଳ ବିଛିନ୍ନ କରି ରଖୁଥିବା ବେଳେ ଏସବୁ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ।

ତେଣୁ ଏସବୁ ଅଞ୍ଚଳର ବିକାଶ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ ପାଇଥିବା ବେଳେ ଏସବୁ ଅଞ୍ଚଳ ଦୀପ ତଳ ଅନ୍ଧାର ବୋଲି ବୁଦ୍ଧିଜୀବୀ କଟାକ୍ଷ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.