ETV Bharat / state

କ୍ରସର ପାଇଁ ଯାଉଥିବା ଟ୍ରକ ଭର୍ତ୍ତି ଏକ୍ସପ୍ଲୋସିଭ ଜବତ କଲା ପୋଲିସ

author img

By

Published : Dec 4, 2022, 9:58 PM IST

ଟ୍ରକ ଭର୍ତ୍ତି ଏକ୍ସପ୍ଲୋସିଭ ଜବତ । ଜିଲ୍ଲାର ବିଭିନ୍ନ ପଥର କ୍ରସରରେ ବିସ୍ଫୋରଣ କରାଯାଉଥିବା ନେଇ ପୋଲିସ ହାତରେ ପ୍ରମାଣ ଲାଗିଛି । ଏନେଇ ଏକ୍ସପ୍ଲୋସିଭ ଭର୍ତ୍ତି ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

କ୍ରସର ପାଇଁ ଯାଉଥିବା ଟ୍ରକ ଭର୍ତ୍ତି ଏକ୍ସପ୍ଲୋସିଭ ଜବତ କଲା ପୋଲିସ
କ୍ରସର ପାଇଁ ଯାଉଥିବା ଟ୍ରକ ଭର୍ତ୍ତି ଏକ୍ସପ୍ଲୋସିଭ ଜବତ କଲା ପୋଲିସ

ବୌଦ୍ଧ: ଟ୍ରକ ଭର୍ତ୍ତି ଏକ୍ସପ୍ଲୋସିଭ ଜବତ । ଜିଲ୍ଲାର ବିଭିନ୍ନ ପଥର କ୍ରସରରେ ବିସ୍ଫୋରଣ କରାଯାଉଥିବା ନେଇ ପୋଲିସ ହାତରେ ପ୍ରମାଣ ଲାଗିଛି । ଏନେଇ ଏକ୍ସପ୍ଲୋସିଭ ଭର୍ତ୍ତି ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ଜିଲ୍ଲାରେ ଏଭଳି ବିସ୍ଫୋରକ ସାମଗ୍ରୀ ମିଳିବା ନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗୋଟିଏ ଦିନ ପୂର୍ବରୁ ଏକ ଏକ୍ସପ୍ଲୋସିଭ ଭର୍ତ୍ତି ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲାର ଲକଡପାଜୁ ରାସ୍ତାରେ ଗତ ସପ୍ତାହରେ ଘଟିଥିବା ଡିନାମାଇଟ ବିସ୍ଫୋରଣ ମାମଲା ନେଇ ତଦନ୍ତ ଅଟକି ଥିବା ବେଳେ ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ବିସ୍ଫୋରକ ସାମଗ୍ରୀର ବ୍ୟବହାର ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ଦିନ ପୂର୍ବରୁ ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ପଞ୍ଚାୟତରେ ଥିବା ଏକ ନିର୍ଦ୍ଦିଷ୍ଟ ପଥର କ୍ରସର ପାଇଁ ଗୋଟିଏ ଟ୍ରକରେ ଏକ୍ସପ୍ଲୋସିଭ ଯାଉଥିଲା । ସେହି ସମୟରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଟ୍ରକକୁ ଅଟକ ରଖାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ବାଉଁଶୁଣୀ ପୋଲିସ ଉକ୍ତ ଟ୍ରକ ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରସର ମାଲିକଙ୍କ ପତ୍ତା ମିଳିନାହିଁ । ତେବେ ବୌଦ୍ଧ ଜିଲ୍ଲା ଖରଭୁଇଁ କ୍ରସର ବିରୋଧୀ ଆନ୍ଦୋଳନ ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଏହାର କୌଣସି ସମାଧାନ ହୋଇ ପାରିନାହିଁ । ସେପଟେ ବର୍ତ୍ତମାନ ଗୋଛାପଡା କ୍ରସର ପାଇଁ ଯାଉଥିବା ଏକ୍ସପ୍ଲୋସିଭ ସାମଗ୍ରୀ ଜବତ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସମ୍ପର୍କରେ ବୌଦ୍ଧ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.