ETV Bharat / state

146 ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Dec 1, 2020, 8:46 AM IST

ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗଞ୍ଜେଇ ଚାଷ ଓ ମଦ ଚୋରା ଚାଲାଣ । ସୋମବାର କଣ୍ଟାମାଳ ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଅବକାରୀ ବିଭାଗ ବିଦେଶୀ ମଦ ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

police destroyed 146 acre ganja cultivation in boudh
ପୃଥକ 146 ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ: ଏବେ ବେଆଇନ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ଭୌଗଳିକ ଅବସ୍ଥିତି ମାଫିଆଙ୍କୁ ସୁହାଉଥିବା ବେଳେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛନ୍ତି । ଗତ ସପ୍ତାହକ ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗ ତିନୋଟି ପୃଥକ ସ୍ଥାନରେ ଚଢ଼ାଉ କରି ସମୁଦାୟ 146 ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ।

ସେପଟେ ଜିଲ୍ଲା ପୋଲିସ ମଧ୍ୟ ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ହୋଇଥିବା ବ୍ୟାପକ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ଗତ ଦୁଇ ଦିନ ପୂର୍ବରୁ ମନମୁଣ୍ଡା ଥାନା ଅନ୍ତର୍ଗତ ସିମିଳିକଟା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି 103 ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ବେଳେ ସୋମବାର କଣ୍ଟାମାଳ ଥାନା ଅନ୍ତର୍ଗତ ପେନାଯୋର ସଂରକ୍ଷିତ ଜଙ୍ଗଲ ଓ ବେହେରାପଡା,ରେକଡୋଲ ଓ ଡୋଳାବାଲି ଗ୍ରାମ୍ୟ ଜଙ୍ଗଲରେ ଜିଲ୍ଲା ପୋଲିସ ଚଢ଼ାଉ କରି ପ୍ରାୟ95 ଏକର ଜଙ୍ଗଲ ଜମିରୁ ପ୍ରାୟ 19 କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି ।

ସେପଟେ ସୋମବାର କଣ୍ଟାମାଳ ଅବକାରୀ ବିଭାଗ ଏକ ଚୋରା ମଦ କାରବାର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ତେବେ ସେମାନଙ୍କ ନିକଟରୁ ଚବିଶ ପେଟି ଦାମୀ ତଥା ଚୋରା ବିଦେଶୀ ମଦ ସହିତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.