ETV Bharat / state

ନାଲିଆଖି ଦେଖାଇ ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ପୋଲିସର ଅର୍ଥ ଆଦାୟ ଅଭିଯୋଗ - police demanded money from physically challanged man in Boudh

ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ପୋଲିସ ନାଲି ଆଖି ଦେଖାଇ ଅର୍ଥ ଆଦୟ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ପୋଲିସର ଅର୍ଥ ଆଦାୟ ଅଭିଯୋଗ

author img

By

Published : Apr 19, 2020, 11:33 PM IST

ବୌଦ୍ଧ: ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ପୋଲିସ ନାଲି ଆଖି ଦେଖାଇ ଅର୍ଥ ଆଦୟ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବୌଦ୍ଧ ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରବିବାର ଏହାର ଆଉ ଏକ ଭିଡିଓ ଇଟିଭି ଭାରତର ହସ୍ତଗତ ହୋଇଛି ।

ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ନାଲିଆଖି ଦେଖାଇ ପୋଲିସର ଅର୍ଥ ଆଦାୟ ଅଭିଯୋଗ

ବୌଦ୍ଧ ଜିଲ୍ଲା ଛତରଙ୍ଗ ପଞ୍ଚାୟତର ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ଗତ ଦୁଇ ଦିନ ତଳେ ହରଭଙ୍ଗା ପୋଲିସର କିଛି କର୍ମଚାରୀ ନାଲିଆଖି ଦେଖାଇ 1600 ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବାପରେ ବୌଦ୍ଧ ଏସପି ଭି ରଘୁନାଥ ରାଓ ଏସଡିପିଓଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ସଂପୃକ୍ତ ଦିବ୍ୟାଙ୍ଗଙ୍କୁ ଭୁଲବଶତଃ ଏଭଳି ହୋଇଥିବା ପୋଲିସ କହିବା ସହ ତାଙ୍କୁ 2ହଜାର ଟଙ୍କା ଫେରସ୍ତ ଦେଇଥିବା ନିଜେ ଦିବ୍ୟାଙ୍ଗ କହିଛନ୍ତି । ଏବେ ହରଭଙ୍ଗା ପୋଲିସର ଏଭଳି ଆଚରଣ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.