ବୌଦ୍ଧ: ଲାଗିଛି ଚକଚକ କରୁଥିବା ସୂଚନା ଫଳକ । କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ଓଲଟା ।କେବଳ ସୂଚନା ଫଳକରେ ସିମୀତ ବନୀକରଣ ଯୋଜନା । ବୌଦ୍ଧ ବନଖଣ୍ଡ ଅଧିନରେ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଲୁଣିବାହାଲ ଠାରୁ ଭୂତେଶ୍ବର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ ପାଇଁ ବନୀକରଣ ଯୋଜନାରେ 2020-21 ଆର୍ଥିକ ବର୍ଷରେ 2ଲକ୍ଷ90 ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ ଦିନ କେଇଟା ଯାଇନି ତାର ଅବସ୍ଥା କଣ ତାହା ଦେଖିଲେ ସହଜରେ ଅନୁମେୟ ।
ଅନେକ ଗଛ ମରିଯାଇଥିବା ବେଳେ ବୃକ୍ଷ ପାଇଁ ଆବଶ୍ୟକ ସୁରକ୍ଷା ବାଡ ନଥିବାରୁ ଅନ୍ୟ ଗଛ ଗୁଡିକ ମଧ୍ୟ ଗାଈ ଓ ଛେଳିଙ୍କ ଆହାର ଅପେକ୍ଷାରେ ରହିଛି । ସେପଟେ ସବୁଜ ମହାନଦୀ ମିଶନ ଅଧିନରେ ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଙ୍ଗଲ ବିଭାଗ ବୌଦ୍ଧ ଜିଲ୍ଲାର ମହାନଦୀ ତଟରେ ନେଇଥିବା ପଦକ୍ଷେପ ବିଫଳ ହୋଇଥିବା ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି ।ମହାନଦୀ କୂଳରେ ମାଟି ବନ୍ଧ ନିର୍ମାଣ କୁ ନେଇ ସ୍ବେଚ୍ଛାସେବୀ ଅସନ୍ତୋଷ ପ୍ରକାଶ ସହ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ