ETV Bharat / state

କସୁରବନ୍ଧାବାସୀଙ୍କୁ ବାସହରା କଲା କାଳବୈଶାଖୀ - people of Kasurbandha homeless

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର କରାଳ ରୂପ । ବୌଦ୍ଧ କସୁରବନ୍ଧା ଗାଁର ବହୁ ପରିବାରଙ୍କୁ ଏବେ ବାସହରା । ଅଧିକ ପଢନ୍ତୁ...

କସୁରବନ୍ଧାବାସୀଙ୍କୁ ବାସହରା କଲା କାଳବୈଶାଖୀ
କସୁରବନ୍ଧାବାସୀଙ୍କୁ ବାସହରା କଲା କାଳବୈଶାଖୀ
author img

By

Published : May 6, 2020, 4:25 PM IST

ବୌଦ୍ଧ: ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀର ତାଣ୍ଡବ । ରାସ୍ତା ଘାଟରେ ବଡ ବଡ ଗଛ ଉପୁଡି ପଡିବା ସହ ଘର ଦ୍ବାର ଭାଙ୍ଗି ନଷ୍ଟ ହୋଇଯାଇଛି । ବୌଦ୍ଧ ଜିଲ୍ଲା କସୁରବନ୍ଧା ଗାଁରେ ଦେଖିବାକୁ ମିଳିଛି କାଳବୈଶାଖୀର କରାଳ ରୂପ ।

କସୁରବନ୍ଧାବାସୀଙ୍କୁ ବାସହରା କଲା କାଳବୈଶାଖୀ

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଗଛ ପଡି ଯାତାୟାତରେ ସମସ୍ୟା ସୃଷ୍ଟି କରିଛି । ବିଶେଷ ଭାବରେ କସୁରବନ୍ଧ ଗାଁରେ ଏହି ଘୂର୍ଣ୍ଣିଝଡ ଯୋଗୁଁ ବହୁ ପରିବାର ବାସହାର ହୋଇପଡିଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ସେପଟେ, ବିଦ୍ୟୁତ କର୍ମଚାରୀ ଓ ଓଡ୍ରାଫ ଟିମ ପହଞ୍ଚି ରାସ୍ତା ଘାଟ ସଫା କରୁଛନ୍ତି । ବୁଧବାର ପାହାନ୍ତା ସମୟରେ ଏକ ଆମ୍ବୁଲାନ୍ସ ଚାରି ଛକ ନିକଟସ୍ଥ ମାରଦିଙ୍ଗ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.