ETV Bharat / state

ଲୁଣିବାହାଲ ପଞ୍ଚାୟତରେ ଭୂତ ଖାଉଛି ପିଡିଏସ ଚାଉଳ

author img

By

Published : May 11, 2022, 9:35 AM IST

ଅନେକ ଗରିବ ଯୋଗ୍ୟ ହିତାଧିକାରୀମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ପିଡିଏସ ଚାଉଳ । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତବାସୀ। ଅଧିକ ପଢନ୍ତୁ

ଲୁଣିବାହାଲ ପଞ୍ଚାୟତରେ ଭୂତ ଖାଉଛି ପିଡିଏସ ଚାଉଳ
ଲୁଣିବାହାଲ ପଞ୍ଚାୟତରେ ଭୂତ ଖାଉଛି ପିଡିଏସ ଚାଉଳ

ବୌଦ୍ଧ: ଭୂତ ଖାଉଛି ପିଡିଏସ ଚାଉଳ । ଅନେକ ଗରିବ ଯୋଗ୍ୟ ହିତାଧିକାରୀମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ପିଡିଏସ ଚାଉଳ । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତବାସୀ ।

ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତରେ ପିଡିଏସ ଚାଉଳ ଭୂତ ବ୍ୟକ୍ତି ଉଠାଣ କରୁଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତର ଯୋଗାଣ କର୍ମଚାରୀ, ପିଇଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧୁିଚନ୍ଦ୍ରିକାରେ ଚାଲିଥିଲା ଏଭଳି ଦୁର୍ନୀତି । ବର୍ତ୍ତମାନ ଲୁଣିବାହାଲ ପଞ୍ଚାୟତର ଭାର ଜଣେ ନବ ନିର୍ବାଚିତ ମହିଳାଙ୍କ ନିକଟରେ ଏଭଳି ଅଭିଯୋଗ ପହଞ୍ଚିବା ପରେ ସେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ମଙ୍ଗଳବାର ଏହାର ତଦନ୍ତ ପାଇଁ ଜିଲ୍ଲା ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଏଥିରେ ଦୁର୍ନୀତି ହୋଇଥିବା ସନ୍ଦେହ କରିଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମୃତ ଲୋକଙ୍କ ନାଁକୁ ବାଦ ଦିଆନଯାଇ ସେମାନଙ୍କ ପିଡିଏସ ଚାଉଳ ଅତି ଚତୁରତାର ସହ ସେମାନଙ୍କ ସମ୍ପର୍କୀୟଙ୍କୁ ଦିଆନଯାଇ ନିଜେ ଯୋଗାଣ ସହାୟକ ପଞ୍ଚାୟତ କର୍ତ୍ତୃପକ୍ଷ ହଡପ କରିଛନ୍ତି । ଏନେଇ ଖୋଦ ଲୁଣିବାହାଲ ସରପଞ୍ଚ ଓ ହିତାଧିକାରୀମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.