ETV Bharat / state

ଶିକ୍ଷକ ବଦଳି ପ୍ରତିବାଦ, ୩ଦିନ ହେଲା ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Aug 30, 2022, 4:28 PM IST

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା । ଆଜକୁ ତିନି ଦିନ ହେଲା ସ୍କୁଲ ବନ୍ଦ, ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । ପିଲାଏ ଗାଁ ଲୋକେ ନିଜ ଜିଦରେ ଅଟଳ । ଯିଏ ଯେତେ ବୁଝାଇଲେ ବି କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ପଞ୍ଚାୟତ ସଦର ମହକୁମାର ଉଚ୍ଚ ବିଦ୍ୟାଳୟରେ । ଅଧିକ ପଢନ୍ତୁ

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା
ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା

ବୌଦ୍ଧ: ସ୍କୁଲ ୟୁନିଫର୍ମ ପିନ୍ଧି, ହାତରେ ପ୍ଲାକାର୍ଡ ଧରି ବସିଛନ୍ତି ପିଲାଏ । ପ୍ଲାକାର୍ଡ ଲେଖାଅଛି, କଲେକ୍ଟର ସାର୍ ଦୟାକର, ଆମ ସାରଙ୍କୁ ଫେରାଇ ଦିଅ । ଜିଲ୍ଲା ଶିକ୍ଷା ବିଭାଗ ହାଏ ହାଏ । ଆମର ଦାବୀ ପୂରଣ ହେଉ । ଆମ ଶିକ୍ଷକ ଆମକୁ ଦରକାର । ଆମ ଶିକ୍ଷକ ଆମକୁ ଫେରାଇଦିଅ । DEO ସାର ହାଏ ହାଏ । ଚନ୍ଦନ ସାର୍ ବିବେକ ସାର୍ ଆମର ଦରକାର । ଶନିବାର ଠାରୁ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଏଭଳି ଆନ୍ଦୋଳନ କରୁଛନ୍ତି । ପ୍ଲାକାର୍ଡରେ ଲେଖିବା ସହ ସ୍ଲୋଗାନ ଦେଉଛନ୍ତି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ କାନ୍ଦି କାନ୍ଦି ଆଖିରୁ ଲୁହ ଝରାଇ ଗୁହାରୀ କରୁଛନ୍ତି ଆମ ଶିକ୍ଷକ ଆମକୁ ଫେରାଇଦିଅ । ଭିକାରୀଙ୍କ ପରି ମାଗୁଛୁ ଭିକ, ଆମ ସାରଙ୍କୁ ଫେରାଇ ଦିଅ । ଚନ୍ଦନ ସାର୍, ବିବେକ ସାର୍ ଆମର ଦରକାର । ଯଦି ଆମକୁ ଆମ ଶିକ୍ଷକ ଫେରାଇ ନଦେବ ତାହେଲେ ଆମ ସାର୍ଟିଫିକେଟ ଦେଇଦିଅ ଆମେ ଆଉ ଏସ୍କୁଲରେ ପାଠ ପଢିବୁ ନାହିଁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ପଞ୍ଚାୟତ ସଦର ମହକୁମାର ଉଚ୍ଚ ବିଦ୍ୟାଳୟରେ ।

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା

ଗୋଟିଏ ପଟେ ପିଲାଏ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଅଭିଭାବକମାନେ ଧାରଣାରେ ବସିଛନ୍ତି । ଆଜକୁ ତିନି ଦିନ ହେଲା ସ୍କୁଲ ବନ୍ଦ, ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । ପିଲାଏ ଗାଁ ଲୋକେ ନିଜ ଜିଦରେ ଅଟଳ । ଯିଏ ଯେତେ ବୁଝାଇଲେ ବି କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ସ୍କୁଲର ଛାତ୍ରୀମାନେ କହୁଛନ୍ତି, "ଆମ ସାରଙ୍କୁ କାହିଁକି ବଦଳି କଲେ । ଆମ ସାର ଆମକୁ ଭଲ ପାଠ ପଢାଉଥିଲେ । ଆମକୁ ଆମ ସାର ଫେରାଇ ଦିଅ, ନହେଲେ ଆମ ସାର୍ଟିଫିକେଟ ଆମକୁ ଫେରାଇ ଦିଅ ।" ଏତକ କହି ଆଖିରୁ ଧାର ଧାର ଲୁହ ଝାରାଇ ପକାଉଛନ୍ତି ଛାତ୍ରୀମାନେ ।

ସୂଚନା ଅନୁଯାୟୀ, ଶିକ୍ଷକଙ୍କ ବଦଳି କୁନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁନ୍ଦୁଲିଆ ପଞ୍ଚାୟତ ସଦର ମହକୁମାର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଭାବ ଥିବା ସମୟରେ ଦୁଇ ଦୁଇ ଜଣ ଶିକ୍ଷକଙ୍କୁ ବଦଳି କରି ଦିଆଯାଇଛି । ଏହାର ପ୍ରତିବାଦରେ ଗତ ଶନିବାର ଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାର ପୁନଃର୍ବିଚାର କରାନଗଲେ ପାଠପଢା ଛାଡିଦେବେ ବୋଲି ଚେତାବନୀ ଦେଇଛନ୍ତି । ସୋମବାର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଅବିଭାବକ ମାନେ ଶିକ୍ଷକଙ୍କ ବଦଳି ନେଇ ଘେରିଥିଲେ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଥିବା ବେଳେ ଶିକ୍ଷା ଅଧିକାରୀ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ପରେ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର କହିଛନ୍ତି, "ବଦଳି ହୋଇଥିବା ଦୁଇ ଶିକ୍ଷକ ଅନ୍ୟ ସ୍କୁଲରୁ ଡେପୁଟେସନରେ ଆସିଥିଲେ ତାଙ୍କୁ ପୁଣିଥରେ ପୂର୍ବ ସ୍କୁଲକୁ ଫେରାଇ ଦିଆଗଲା । ଏବେ ଆଉ ଦୁଇ ଭଲ ଶିକ୍ଷକ ଦିଆଯାଉଛି ସେମାନେ ଭଲ ପାଠ ପଢାଇବେ ।" ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଶିକ୍ଷା ବିଭାଗ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.