ବୌଦ୍ଧ: ଜିଲ୍ଲାରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ବୁଧବାର ଉଦଯାପିତ ହୋଇଯାଇଛି । ଶ୍ରୀ ରାମଲୀଳା ଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ପଲ୍ଲୀଶ୍ରୀ ଓ ପୁସ୍ତକ ମେଳାର ଭରପୁର ମଜା ଉଠାଇଥିଲେ ଲୋକେ । ପାଞ୍ଚ ଦିନ ଧରି ଚାଲିଥିବା ଏହି ଉତ୍ସବର ଉଦଯାପନୀ ସଂନ୍ଧ୍ୟାରେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ଅତିଥି ରୂପେ ଯୋଗ ଦେଇ ବୌଦ୍ଧ ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରାର ଭୂରି ଭୂରି ପ୍ରଶଂସା କରିଥିଲେ ।
ରାମଲୀଳା ଯାତ୍ରା ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ପାଲଟିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ଏହାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏପରିକି ବୁଧବାର ଜିଲ୍ଲାକୁ ସରକାର ସ୍ବତନ୍ତ୍ର ଛୁଟି ଘୋଷଣା ମଧ୍ୟ କରିଥିଲେ । ବୁଧବାର ଅନ୍ତିମ ଦିବସରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଉପଲକ୍ଷେ ନଗର ପରିକ୍ରମାର ଆୟୋଜନ କରାଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳାର ଶେଷ ଦିନରେ ଦର୍ଶକଙ୍କ ଖୁବ ଭିଡ ଦେଖିବାକୁ ମିଳିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ